ଗୁରୁବାରଠାରୁ ପର୍ଯ୍ୟଟକମାନଙ୍କ ନିମନ୍ତେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ । ଏ ସମ୍ପର୍କରେ ରାଜନଗର ବନଖଣ୍ଡ ଅଧିକାରୀ ଡକ୍ଟର ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ଚଳିତମାସ ନିମନ୍ତେ କରୋନା ମାର୍ଗଦର୍ଶିକା ଆସିବା ପରେ ବନବିଭାଗ ପକ୍ଷରୁ ଭିତରକନିକା ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି । ତେବେ କୋଭିଡ କଟକଣା ମଧ୍ୟ ଦେଇ ଏହି ଜାତୀୟ ଉଦ୍ୟାନ ଖୋଲାଯିବ । ପର୍ଯ୍ୟଟକମାନଙ୍କୁ ଭିତରକନିକାରେ କେବଳ ଦିନବେଳା ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ସେଠାରେ ରାତ୍ରୀଯାପନ କରିବା ପାଇଁ ଅନୁମତି ନିଆଯାଇ ନାହିଁ ।
ପର୍ଯ୍ୟଟକମାନେ ଡାଙ୍ଗମାଳ, ଖୋଳା ଓ ଗୁପ୍ତି ଦେଇ ଭିତରକନିକାକୁ ପ୍ରବେଶ କରିପାରିବେ । ପର୍ଯ୍ୟଟକମାନଙ୍କ ନିମନ୍ତେ ସରକାରୀ ଓ ଘରୋଇ ବୋଟ୍ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି । ଭିତରକନିକାକୁ ଆସିବାକୁ ଥିବା ପର୍ଯ୍ୟଟକମାନଙ୍କୁ କୋଭିଡ ମାର୍ଗଦର୍ଶିକା ପାଳନ କରିବା ନିମନ୍ତେ ବନଖଣ୍ଡ ଅଧିକାରୀ ନିବେଦନ କରିଛନ୍ତି ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆମର ଅଗଣିତ ଶ୍ରୋତାଙ୍କୁ ଏକ ନିବେଦନ, ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ସାମିଲ ହୋଇ ଟିକା ନିଅନ୍ତୁ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କରୋନା କଟକଣା ବା ମାର୍ଗଦର୍ଶିକାକୁ ଅଣଦେଖା କରନ୍ତୁ ନାହିଁ । କରୋନା ମହାମାରୀରୁ ସୁରକ୍ଷିତ ରହିବା ପାଇଁ ଜାରି କରାଯାଇଥିବା ୩ଟି ସହଜ ଉପାୟ ଯେପରିକି ମାସ୍କ ପିନ୍ଧିବା, ୬ ଫୁଟ ଦୂରତା ଅବଲମ୍ବନ କରିବା ଏବଂ ହାତକୁ ବାରମ୍ବାର ସଫା କରିବା ଆଦି ନିୟମକୁ ପାଳନ କରନ୍ତୁ ।