ଭୁବନେଶ୍ୱର- ସାଧାରଣତଃ ବଟୁକ ଭୈରବ ଏବଂ କାଳ ଭୈରବଙ୍କର ପୂଜା କରାଯାଇଥାଏ । ଶ୍ରୀ ଲିଙ୍ଗ ପୁରାଣ ଅନୁସାରେ ୫୨ ଜଣ ଭୈରବଙ୍କର ପୂଜା କରାଯାଉଥିବା ସୂଚନା ମିଳେ । ମାତ୍ର ୮ଟି ବା ଅଷ୍ଟ ସ୍ୱରପଙ୍କର ପଜା କରାଯାଏ । ଅସିତାଙ୍କ ଭୈରବ, ରୁଦ୍ରା ବା ରୁରୁ ଭୈରବ, ଚଣ୍ଡ ଭୈରବ , କ୍ରୋଧ ଭୈରବ ,ଉନ୍ମତ ଭୈରବ , କପାଳୀ ଭୈରବ, ଭୀଷଣ ଭୈରବ , ସଂହାର ଭୈରବ । ଆଦି ଶଙ୍କରାଚାର୍ଯ୍ୟ ବି ପ୍ରପଞ୍ଚ ସାର ତନ୍ତ୍ରରେ ଅଷ୍ଟ ସ୍ୱରୂପଙ୍କର ବର୍ଣ୍ଣନା କରିଛନ୍ତି । ତନ୍ତ୍ର ଶାସ୍ତ୍ରରେ ଏହାର ଉଲ୍ଲେଖ ରହିଛି ।
ସପ୍ତବିଂଶ ରହସ୍ୟରେ ୭ ଜଣ ଭୈରବଙ୍କର ବର୍ଣ୍ଣନା ରହିଛି । ରୁଦ୍ରଯାମଳ ତନ୍ତ୍ରରେ ୬୪ ଜଣ ଭୈରବଙ୍କର ବର୍ଣ୍ଣନା ରହିଛି । ଏଥିରେ ଉନ୍ମତ ଭୈରବଙ୍କରୁ ପୂଜା କଲେ ଘରେ କଳହରୁ ମୁକ୍ତି ମଳିବା ସହ ଶାନ୍ତି ବିରାଜମାନ କରେ ବୋଲି ଲେଖାଯାଇଛି ।
ଉନ୍ମତ ଭୈରବଙ୍କର ଶରୀର ହଳଦିଆ ରଙ୍ଗର , ସେ ଘୋଡା ଉପରେ ସବାର ହୋଇଥାଆନ୍ତି। ତାଙ୍କର ପତ୍ନୀ ବରାହୀ । ସେ ପଶ୍ଚିମ ଦିଗକୁ ମୁହଁ କରି ରୁହନ୍ତି । ତାମିଲନାଡୁ ବିଜହୀନଥରେ ଏହଙ୍କର ମନ୍ଦିର ରହିଛି । ସେ ଶାନ୍ତ ସ୍ୱଭାବର ।
ତାଙ୍କର ମନ୍ତ୍ର ଔଁ ଭଂ ଭଁ ଶ୍ରୀ ଉନ୍ମତାୟେ ନମଃ । ବିନା ମାଳାରେ ଏହି ମନ୍ତ୍ର ଜପ କରାଯାଏ ।
ଏହାଙ୍କର ପୂଜା ପ୍ରାର୍ଥନା ଅର୍ଚ୍ଚନା ବ୍ୟକ୍ତିଙ୍କ ଭିତରେ ସମସ୍ତ ନକରାନ୍ତକ ବିଚାର ଏବଂ ଅଭାବକୁ ଦୂର କରେ । ସୁଖ ଏବଂ ଶାନ୍ତି ପ୍ରଦାନ କରେ । ଶାନ୍ତି ପୂର୍ବକ ଜୀବନ ଯାପନ କରେ ।
ଉନ୍ମତ ଭୈରବଙ୍କର ପୂଜା କଲେ ଚାକିରି ରେ ପ୍ରମୋସନ ମିଳେ ।
ଘରେ ଶାନ୍ତିର ବାତାବରଣ ରୁହେ ।
ସ୍ୱସ୍ତିକ ଖାଦ୍ୟ ବା ପିଆଜ , ରସୁଣ ତ୍ୟାଗ କରି ଶୁଦ୍ଧ ଖାଦ୍ୟ ଖାଇ ଆରାଧନା କଲେ ଭଲ ।
କାଶୀ ବା ବାରଣାସୀରେ ସମସ୍ତ ଭୈରବଙ୍କର ମନ୍ଦିର ରହିଛି ।