ମହିଳା ବାରମ୍ବାର ଅସୁସ୍ଥ ହେଉଥିଲେ ବାସ୍ତୁ ଦୋଷ ବି ହୋଇପାରେ କାରଣ

0 1,821

ଭୁବନେଶ୍ୱର: ଯଦି ମହିଳା ମାନଙ୍କର ଦେହ ବାରମ୍ବାର ଖରାପ ହେଉଛି ତେବେ ଏହା ବାସ୍ତୁ ଦୋଷ ମଧ୍ୟ କାରଣ ହୋଇପାରେ । କାରଣ ଅନେକ ସମୟରେ ଆମେ ଘରର ସୁନ୍ଦରତା ବଢାଇବା ପାଇଁ ବାସ୍ତୁକୁ ଅଣଦେଖା କରିଦେଇଥାଉ । ଏହି ଛୋଟ କଥାଟି ପରେ ଦୁଃଖର କାରଣ ହୋଇଥାଏ ।
ପଣ୍ଡିତ ମାନେ କୁହନ୍ତି, ବାସ୍ତୁର ସିନ୍ଧାନ୍ତକୁ ଅଣଦେଖା କଲେ ବେଳେ ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ପ୍ରଭାବ ସବୁଠାରୁ ଅଧିକ ଘରରେ ରହୁଥିବା ମହିଳା ମାନଙ୍କ ଉପରେ ହିଁ ପଡିଥାଏ । ଏହି ମହିଳା ମାନେ ବିଭିନ୍ନ ରୋଗରେ ପଡିଥାନ୍ତି । ଏଥିପାଇଁ ପ୍ରଥମେ ସୁଖ ନିରୋଗୀ ସୁତ୍ର ଅନୁସାରେ ଯଦି ଆପଣଙ୍କ ଘରେ ଏମିତି କିଛି ଅସୁବିଧା ଅଛି ତେବେ ତୁରନ୍ତ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ ।
କାରଣ ଖୋଜନ୍ତୁ:
୧. ଆପଣଙ୍କ ଘର ସମ୍ମୁଖ କବାଟ ଭାଙ୍ଗି ନାହିଁ ତ । ଏଥିରେ ଫଟୋ ଓ ପ୍ଲାଷ୍ଟର ଖଣ୍ଡିଆ ହୋଇଛି ଯଦି ତୁରନ୍ତ ଠିକ କରିବା ଆବଶ୍ୟକ । ଏହା ଦ୍ୱାରା ଘରର ଗୃହିଣୀଙ୍କ ଦେହ ଖରାପ ହୋଇଥାଏ । ମାନସିକ ଅଶାନ୍ତି ଘେରି ରହିଥାଏ, ଯେଉଁଥିରେ ଘରର ସମସ୍ତେ ଦୁଃଖୀ ଓ ନିରାଶ ରହିଥାନ୍ତି ।
୨. ଯଦି ଆପଣଙ୍କର ଘରର ନୈରୁତ୍ୟ କୋଣ ବା ଦକ୍ଷିଣ ନୈରୁତ୍ୟ କୋଟ ଛୋଟ ହୋଇଥାଏ, ଘରର ତଳେ ଅଣ୍ଡରଗ୍ରାଉଣ୍ଡ ପାଣି ଟାଙ୍କି, କୂଅ, ବୋରବେଲ ବା ସେପ୍ଟିକ ଟାଙ୍କି ରହିଥାଏ ତେବେ ଘରର ମହିଳାମାନଙ୍କୁ କେବଳ ବେମାରୀ ନୁହେଁ ତାଙ୍କୁ ମତ୍ୟୁ ଭୟ ମଧ୍ୟ ରହିଥାଏ ।
୩. ଆପଣଙ୍କ ଘରର ଉତ୍ତର ଐଶାନ୍ୟ ଯଦି ଉଚ୍ଚ ହୋଇଥିବ ଓ ନୈରୁତ୍ୟ ତଳକୁ ହୋଇଥିବ ତେବେ ଘରର ମହିଳା ମାନଙ୍କୁ ଅନିଦ୍ରା, ଅଜଣା ଭୟ ଓ ବିଭିନ୍ନ ରୋଗର ସମସ୍ୟା ସହିତ ଆକସ୍ମିକ ମୁତ୍ୟୁର ଆଶଙ୍କା ରହିଥାଏ ।
୪. ଆପଣଙ୍କର ଉତ୍ତର ଐଶାନ୍ୟ, ପୂର୍ବ ନୈରୁତ୍ୟ, ଆଗ୍ନେୟ ଦକ୍ଷିଣ ଏବଂ ବାୟୋବ୍ୟ ନିମ୍ନ ହୋଇଥାଏ ଘରର ଗୃହିଣୀ ଦୀର୍ଘ ଦିନ ଯାଏଁ ରୋଗର ସମ୍ମୁଖୀନ ହୋଇ ପାରନ୍ତି ।

Leave A Reply