ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି
ବଢ଼ାଇବ

94

ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବଢ଼ାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିଭିନ୍ନ
ସରକାରୀ ଓ ବେସରକାରୀ ସ୍କୁଲ୍‍ରେ ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ ପ୍ରତିଷ୍ଠା କରାଯାଉଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗତକାଲି ଭୁବନେଶ୍ୱର ୟୁନିଟ୍‍-୩ସ୍ଥିତ ସର୍ବପୁରାତନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି ଲ୍ୟାବ ଉଦ୍‍ଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ
କହିଛନ୍ତି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ । ଏହି ସମୟରେ ନୂଆ ପିଢ଼ିର ଛାତ୍ରଛାତ୍ରୀମାନେ ଦେଶର ଖ୍ୟାତିସଂପନ୍ନ ବୈଜ୍ଞାନିକ ଡକ୍ଟର
ଏ.ପି.ଜେ. ଅବଦୁଲ କଲାମଙ୍କ ପରି ବାଲ୍ୟକାଳରୁ ଦେଶ ପାଇଁ ସ୍ୱପ୍ନ ଦେଖିବା ଦରକାର ।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଜାତୀୟ ଶିକ୍ଷାନୀତି ପ୍ରଣୟନ କରାଯାଇଛି । ୩ରୁ ୨୩ ବର୍ଷ ବୟସ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କୁ ବାଲ୍‍ବାଟିକା ଠାରୁ ଗବେଷକ ହେବା ପର୍ଯ୍ୟନ୍ତ ବିଶେଷ ଧ୍ୟାନ ଦିଆଯାଉଛି ।


ନୂତନ ଶିକ୍ଷାନୀତିର ମୂଳଲକ୍ଷ୍ୟ ହେଉଛି ନୂଆ ପିଢ଼ିଙ୍କୁ ଭାରତୀୟତା ଆଧାରରେ ଯୋଡ଼ିବା, ଭାରତୀୟ ଭାଷାକୁ ପ୍ରୋତ୍ସାହନ ଓ ଗୁଣାତ୍ମ ଶିକ୍ଷା ସହ ରୋଜଗାର ଦେବା ।ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସ୍କୁଲ୍‍ର ଲ୍ୟାବ କକ୍ଷ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ କରିଥିଲେ ।

Comments are closed, but trackbacks and pingbacks are open.