ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

0 1,188

ଭୁବନେଶ୍ୱର – ବିଧାନସଭାର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ୧୭ଟି କାର୍ଯ୍ୟ ଦିବସ ପୂର୍ବରୁ ଶୀତକାଳୀନ ଅଧିବେଶନକୁ ଗତକାଲିଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

ନଭେମ୍ବର ୧୩ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଡିସେମ୍ବର ୧୯ ଯାଏ ଚାଲିବାର ଥିଲା । ମାତ୍ର ଆଗରୁ ଏହାକୁ ମୁଲତବୀ କରାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୃହରେ ଆଲୋଚନା ହେବାକୁ
ଥିବାବେଳେ ପୂର୍ବରୁ ଗୃହକୁ ବନ୍ଦ କରିଦେବାକୁ ବିରୋଧୀ ଦଳ ସଭ୍ୟମାନେ ନାପସନ୍ଦ କରିଛନ୍ତି । ଶୀତ ଅଧିବେଶନର ୧୩ ଦିନର କାର୍ଯ୍ୟଦିବସରେ ମୋଟ୍‍ ୫ଟି ବିଲ୍‍ ଗୃହୀତ ହୋଇଛି । ସେହିପରି ୧୩ଟି ମୁଲତବୀ ପ୍ରସ୍ତାବ ଆସିଥିବାବେଳେ କେବଳ ୫ଟି ଉପରେ ଆଲୋଚନା ହୋଇଛି ।

Leave A Reply