ବିଧାନସଭାର ଶୀତକାଳୀନ ଅଧିବେଶନକୁ ବାଚସ୍ପତି ଡକ୍ଟରର ସୂର୍ଯ୍ୟନାରାୟଣ ପାତ୍ର ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି । ନିର୍ଦ୍ଧାରିତ ସମୟର ମାସେ ପୂର୍ବରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି । ତେବେ ଆଜି ବିଧାନସଭା ପରୀ ହତ୍ୟା ମାମଲାକୁ ନେଇ ବିରୋଧୀ ବି.ଜେ.ପି. ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିଥିଲା । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରେ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ୧୧ ହଜାର ୭୦୦ କୋଟିର ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ହଟ୍ଟଗୋଳ ମଧ୍ୟରେ ଆଗତ କରିଥିଲେ । ବିଲ୍ ଆଗତ କରି ମନ୍ତ୍ରୀ କହିଥିଲେ, ବିଲ୍ ପାରିତ ହେଲେ କୋଭିଡ୍ ପରିଚାଳନା ସହିତ ଜନସାଧାରଣଙ୍କ କଲ୍ୟାଣ କାର୍ଯ୍ୟରେ ଅର୍ଥ ବିନିଯୋଗ ହେବ ।
ବିଲ୍ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟ ସରକାର ଖଣିଜ ଅଞ୍ଚଳ ଉପରେ ଟିକସ ଲଗାଇବା ପାଇଁ ନୂଆ ଆଇନ୍ ପ୍ରସ୍ତୁତ କରିବା ଆବଶ୍ୟକ । ଏହା ହେଲେ ରାଜକୋଷକୁ
ଅତିକମ୍ରେ ୪୦ ହଜାର କୋଟି ଟଙ୍କା ଆସିପାରିବ । ଶ୍ରୀ ମିଶ୍ର କହିଥିଲେ, ରାଜ୍ୟ ସରକାର ବହୁ ଦୁର୍ନୀତିରେ ସଂପୃକ୍ତ ଏବଂ ଖଣି ମାଫିଆଙ୍କ ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ରହିଛି । ଏଭଳି ସ୍ଥିତିରେ ସରକାରଙ୍କ ହାତରେ ଟ୍ରେଜେରୀ ଚାବିକାଠି ଦିଆଯାଇପାରିବ ନାହିଁ ।
ବ୍ୟୟମଞ୍ଜୁରୀ ବିଲ୍ ଉପରେ ଗୃହରେ ଆଲୋଚନା ଚାଲିଥିବାବେଳେ ବି.ଜେ.ପି. ସଦସ୍ୟମାନେ ପରୀ ଘଟଣାରେ ସି.ବି.ଆଇ. ତଦନ୍ତ ଏବଂ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଗୃହମଧ୍ୟରେ ହଟ୍ଟଗୋଳ ସୃଷ୍ଟି କରିବା ସହିତ ବାରମ୍ବାର ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ତେବେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅପରାହ୍ଣ ୩ଟା ପରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହୋଇଛି । ସୂଚନାଯୋଗ୍ୟ, ଏହି ବିଲ୍ ପାରିତ ହେବା ସମୟରେ ବିରୋଧୀ ବି.ଜେ.ପି.ର ସଭ୍ୟମାନେ ଗୃହରେ ଉପସ୍ଥିତ ନ ଥିଲେ । ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ କରିବାପାଇଁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବି.ଜେ.ଡି. ସଭ୍ୟ ଅମର ପ୍ରସାଦ ଶତପଥୀ ଏହାକୁ ସମର୍ଥନ କରିଥିଲେ । ଗୃହରେ ଆହୁରି ଅନେକ ପ୍ରସଙ୍ଗ ଆଲୋଚନା ହେବାର ବାକିଥିବାବେଳେ ଗୃହକୁ ଏପରି ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିବା ଠିକ୍ ନୁହେଁ ବୋଲି କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ଅଭିଯୋଗ କରିଥିଲେ ।
ନଭେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୀତକାଳୀନ ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ଏହି ଅଧିବେଶନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୩୦ ଦିନ ପୂର୍ବରୁ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରିଛନ୍ତି ଯାନବାହନର ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଏଣିକି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏହି ନିର୍ଦ୍ଦେଶାନାମା ଆସନ୍ତା ଜାନୁଆରୀ ପହିଲାରୁ କାର୍ଯ୍ୟକାରୀ ହେବ । ଏଥିସହ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ଏହି ନୂଆ ନିୟମ ଅନୁଯାୟୀ ଗାଡ଼ି ଚାଳକଙ୍କୁ ନିଜର ମୋଟରଯାନର ସମସ୍ତ ଡାଟା ଅନ୍ଲାଇନ୍ ମାଧ୍ୟମରେ ଅପଲୋଡ କରିବାକୁ ପଡିବ ।