ଭୁବନେଶ୍ୱର: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅପ୍ସରା ଆଇସ୍କ୍ରିମସ ଏହାର ୫୩ତମ ବାର୍ଷିକୀରେ ମୁସ୍କାନ ନାମକ ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି । ଏହି ଅଭିଯାନକୁ ମୁମ୍ବାଇ ଓ ପୁନେରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଶୁଭାରମ୍ଭ କରାଯିବ ଏବଂ ପର୍ଯ୍ୟାୟକ୍ରମେ ଅନ୍ୟ ସହରଗୁଡିକୁ ନିଆଯିବ । ମୁସ୍କାନ ଅଭିଯାନ ଅଧିନରେ କମ୍ପାନୀ ୫୩୦୦୦ ଆଇସ୍କ୍ରିମ ବିତରଣ କରିବ ଯାହା ପ୍ରାୟ ୪ ଟନ ଆଇସ୍କ୍ରିମ ସହ ସମାନ । ଏହି ଅଭିଯାନ ଭାରତର ୯ଟି ରାଜ୍ୟ ଓ ୨୫ଟି ସହରକୁ ଅନ୍ତର୍ଭୁକ୍ତ କରିବ । ଏହି ଆଇସ୍କ୍ରିମଗୁଡିକୁ ବିଭିନ୍ନ ଏନ୍ଜିଓ, ଅନାଥାଶ୍ରମ, ବୃଦ୍ଧାଶ୍ରମ ଏବଂ ବିଭିନ୍ନ ସରକାରୀ ଓ ବେସରକାରୀ ଫାଉଣ୍ଡେଶନଗୁଡିକରେ ବିତରଣ କରାଯିବ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ଲୋକମାନଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କୁ ଖୁସିର ଏକ ସ୍କୁପ୍ ଦେବା । ଲାୟନ୍ସ କ୍ଲବ, ଲିଓ, ଲାୟନ ଇଂଟରନ୍ୟାଶନାଲ ଲ୍ୟାଣ୍ଡ, ସ୍ୱଦେଶ ଫାଉଣ୍ଡେଶନ ଭଳି ଏନ୍ଜିଓ ଓ ଅଗ୍ରଣୀ ସାମାଜିକ ସଂସ୍ଥାଗୁଡିକ ଏହି ଅଭିଯାନର ଅଂଶ ହେବେ । ୫ ଦଶନ୍ଧିରୁ ଅଧିକ ସମୟ ପାଇଁ ବଜାରରେ ଉପସ୍ଥିତ ଥିବା ଏକ ପ୍ରତିଷ୍ଠିତ ଓ ବିଶ୍ୱସନୀୟ ବ୍ରାଣ୍ଡ ଭାବେ ଅପ୍ସରା ଆଇସ୍କ୍ରିମସ ନିଜର ପରିଚାଳନା ଆରମ୍ଭରୁ ଗ୍ରାହକଙ୍କୁ ଉତ୍କୃଷ୍ଟମାନର ଆଇସ୍କ୍ରିମ ପ୍ରଦାନ କରିଆସୁଛି ।
ଏହି ଅଭିଯାନ ସମ୍ପର୍କରେ ଅପ୍ସରା ଆଇସ୍କ୍ରିମ୍ସର ଫାଉଣ୍ଡର ପାର୍ଟନର ନେମଚାନ୍ଦ ଶାହ କହିଛନ୍ତି, “ମୁସ୍କାନର ମୁଖ୍ୟ ଲକ୍ଷ୍ୟ ହେଉଛି ସମାଜ ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ଖୁସି ଆଣିବା ଏବଂ ଆମର ୫୩ତମ ବାର୍ଷିକୀକୁ ପାଳନ କରିବା । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଭାରତର ୭୮ତମ ସ୍ୱାଧୀନତା ଦିବସରେ ଏହି ଅଭିଯାନକୁ ଶୁଭାରମ୍ଭ କରାଯିବ ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ଅଟେ ।” ନିଜର ମତ ପ୍ରକାଶ କରି ଅପ୍ସରା ଆଇସ୍କ୍ରିମ୍ସର ପରିଚାଳନା ସହଯୋଗୀ ଶ୍ରୀ କେୟୁର ଶାହ କହିଛନ୍ତି, “ସମାଜର ବିଭିନ୍ନ ବର୍ଗ ନିକଟରେ ପହଂଚିବା ପାଇଁ ଏହି ସମସ୍ତ ପ୍ରୟାସ କରାଯାଉଛି । ଏହା ଆମ ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ ଅଟେ ଯେ ଆମେ ୭୮ତମ ସ୍ୱାଧୀନତା ଦିବସରେ ଆମର ବାର୍ଷିକୀ ପାଳନ କରୁଛୁ । ମୁସ୍କାନ ଅଭିଯାନ ମାଧ୍ୟମରେ ଅପ୍ସରା ଆଇସ୍କ୍ରିମସ ଅନେକ ଲୋକଙ୍କ କଲ୍ୟାଣ ଓ ଖୁସିରେ ଯୋଗଦାନ ଦେଇ ନିଜର ବାର୍ଷିକୀକୁ ସ୍ମରଣୀୟ କରୁଛି ।” ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଭାରତର ୨୫ଟି ସହରକୁ କଭର କରିବାକୁ ଥିବା ଏହି ଅଭିଯାନ ପାଇଁ ଅପେକ୍ଷା କରିଛୁ । ଏହି ଅବସରରେ ଆମେ ଆମର ସମସ୍ତ ଗ୍ରାହକ, ସହଯୋଗୀ, କର୍ମଚାରୀ ଓ ପ୍ରମୁଖ ହିତାଧିକାରୀଙ୍କୁ ବିଗତ ବର୍ଷଗୁଡିକରେ ସେମାନଙ୍କର ଦୃଢ ସହଯୋଗ ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।”
Comments are closed, but trackbacks and pingbacks are open.