ପିମ୍ପୁଡି ସମସ୍ୟା ଦୂର କରିବାର ସହଜ ଉପାୟ

0 984

ଅନେକଙ୍କ ଘରେ ପିମ୍ପୁଡି ଏକ ସମସ୍ୟା । ତେବେ ପୁମ୍ପୁଡିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ସହଜ ଉପାୟ ରହିଛି ।
କ. ପିମ୍ପୁଡ଼ିକୁ ଯେଉଁଭଳି ଭାବରେ ମିଠାର ସୁଗନ୍ଧ ନିଜ ଆଡ଼କୁ ଆକର୍ଷିତ କରିଥାଏ ସେଭଳି ଭାବରେ ଲେମ୍ବୁର ଗନ୍ଧ ସେମାନଙ୍କୁ ଭଲ ଲାଗି ନ ଥାଏ । ବର୍ଷାଦିନ ହେଉ ବା ଖରା ଦିନ ପିମ୍ପୁଡ଼ି ହେଉଥିଲେ ଘରେ ଲେମ୍ବୁର ଚୋପା ରଖନ୍ତୁ । କିଛି ଦିନ ପରେ ଦେଖିବେ ପିମ୍ପୁଡ଼ି ଆପଣଙ୍କ ଘର ଛାଡ଼ି ଚାଲିଯିବେ ।
ଖ..ଏକ ପାତ୍ରରେ ଭିନେଗାର ଏବଂ ପାଣିକୁ ସମାନ ପରିମାଣରେ ମିଶାନ୍ତୁ । ଏହା ପରେ ଯେଉଁବାଟ ଦେଇ ପିମ୍ପୁଡ଼ିମାନେ ଘରକୁ ପ୍ରବେଶ କରୁଛନ୍ତି ସେଠାରେ ଏହି ମିଶ୍ରଣରେ ଏକ କପଡ଼ା ବୁଡ଼ାଇ ପୋଛା ମାରନ୍ତୁ। ଏପରି କରିବା ଦ୍ୱାରା ଫର୍‌ମୋନ୍ସ ସଫା ହୋଇଯିବ ଏବଂ ପିମ୍ପୁଡ଼ିମାନେ ଭିତରକୁ ଆସିବାର ବାଟ ଭୁଲିଯିବେ ।
ଗ. ତେଜପତ୍ରକୁ ଜଳାଇ ଏହାର ଧୁଆଁ ସବୁ ଘରେ ବୁଲାନ୍ତୁ । ଏପରି କରିବା ଦ୍ୱାରା ତେଜପତ୍ର ଧୁଆଁର ବାସ୍ନାରେ ପିମ୍ପୁଡ଼ି ଘରକୁ ପ୍ରବେଶ କରିବେ ନାହିଁ ।
ଘ.ଘରେ ଯେଉଁଠି ବି ପିମ୍ପୁଡ଼ିର ଧାର ଆପଣମାନେ ଦେଖିବାକୁ ପାଉଛନ୍ତି ସେଠାରେ ହଳଦୀ ଗୁଣ୍ଡ ପକାଇ ଦିଅନ୍ତୁ । କିଛି ସମୟରେ ପରେ ଦେଖିବେ ସେଠାରୁ ପିମ୍ପୁଡ଼ି ଚାଲିଯିବେ ।

Leave A Reply