ନୂଆଦିଲ୍ଲୀ–ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ପୋଷଣ ମାସ’ ର ଏକ ଅଂଶବିଶେଷ ଭାବେ ୧୧ ସେପ୍ଟେମ୍ବର, ୨୦୧୮ ପୂର୍ବାହ୍ନ ୧୦.୩୦ରେ ଲକ୍ଷାଧିକ ଆଶା, ଏଏନଏମ, ଅଙ୍ଗନବାଡି କର୍ମୀ ଏବଂ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀମାନଙ୍କ ସହିତ ଭିଡିଓ କନଫେରେନସିଙ୍ଗ ଜରିଆରେ ମତ ବିନିମୟ କରିବେ ।
ପୋଷଣ ମାସ (ପୋଷଣ ପାଇଁ ସମର୍ପିତ ମାସ)ଦେଶର ସେପ୍ଟେମ୍ବର ୨୦୧୮ରେ ପାଳନ କରାଯାଉଛି । ଦେଶର ପ୍ରତ୍ୟେକ ଗୃହରେ ଅଧିକରୁ ଅଧିକ ପୋଷଣ/ପୁସ୍ତିସାଧନର ଗୁରୁତ୍ୱର ବାର୍ତ୍ତା ପହଂଚାଇବା ଏହି କାର୍ୟ୍ୟକ୍ରମର ଲକ୍ଷ୍ୟ ରହିଛି ।
ଏହି ପଦକ୍ଷେପ ନଭେମ୍ବର ୨୦୧୭ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ପୋଷଣ ଅଭିଯାନ (ରାଷ୍ଟ୍ରୀୟ ପୋଷଣ ମିଶନ) ର ଲକ୍ଷ୍ୟ ହାସଲ କରିବା ଦିଗରେ ଅଗ୍ରସର ହେବାରେ ସହାୟକ ହେବ । ବୟସ ଅନୁସାରେ ଉଚ୍ଚତା ବୃଦ୍ଧି ହୋଇପାରିନଥିବା ଅତି ଗେଡା, କୁପୋଷଣ, ରକ୍ତହୀନତା ଏବଂ ଜନ୍ମ ସମୟରେ କମ ଓଜନର ଶିଶୁ ଭଳି ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ହ୍ରାସ କରିବା ଏହି ମିଶନର ଉଦ୍ଦେଶ୍ୟ । ପୋଷଣ ଅଭିଯାନ ଅଧିନରେ ସରକାର ବଡ ପିଲାମାନଙ୍କ ମଧ୍ୟରେ, ମହିଳା ଏବଂ କିଶୋରୀ ଝିଅମାନଙ୍କ ମଧ୍ୟରେ ଦେଖାଯାଉଥିବା ଗେଡାପଣରେ ଦୁଇ ପ୍ରତିଶତ, କୁପୋଷଣରେ ଦୁଇ ପ୍ରତିଶତ, ରକ୍ତହୀନତାରେ ତିନି ପ୍ରତିଶତ ଏବଂ ଜନ୍ମ ସମୟରେ କମ ଓଜନର ଶିଶୁମାନଙ୍କ କ୍ଷେତ୍ରରେ ଦୁଇ ପ୍ରତିଶତ କରି ବାର୍ଷିକ ହ୍ରାସ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ୟ୍ୟ କରିଛନ୍ତି ।
ଏହିଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ, ମିଶନରେ ସାମିଲ ଥିବା ହିତାଧିକାରୀମାନଙ୍କୁ ଗୋଟିଏ ମିଶନ ଅଧିନରେ ଏକତ୍ରିତ କରିପାରିବ । ପୋଷଣ କ୍ଷେତ୍ରରେ ସଫଳତାର କାହାଣୀଗୁଡିକୁ ବାଣ୍ଟିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ଏକ ମଂଚ ମିଳିପାରିବ ।