ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ମଧ୍ୟରେ ସ୍ଥଳଭାଗ ଛୁଇଁବ ଅମ୍ପାନ- ୧୮୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା

0 904

ନୂଆଦିଲ୍ଲୀ – ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ପନ୍‍’ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ମହାବାତ୍ୟାରୁ ହ୍ରାସ ପାଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି ।

ଏହା ବଙ୍ଗୋପସାଗରରେ ପାରାଦ୍ୱୀପଠାରୁ ୩୦୦ କିଲୋମିଟର ଦୂରରେ ରହିଛି ଏବଂ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଉତ୍ତର ଦିଗକୁ ଅଗ୍ରସରହେଉଛି ।

ଆସନ୍ତାକାଲି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ଏହା ପଶ୍ଚିମବଙ୍ଗର ଦିଘା ଏବଂ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟବର୍ତ୍ତୀ ସୁନ୍ଦରବନ ନିକଟରେ ଏହା ସ୍ଥଳଭାଗ ଛୁଇଁବ । ଏହି ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ ଏବଂ ସ୍ଥଳବିଶେଷରେ ୧୮୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆଜି ସକାଳରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବିଶେଷକରି ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଲାଗିରହିଛି । ତେବେ ଯାଜପୁର, ବାଲେଶ୍ୱର, କଟକ, ମୟୂରଭଞ୍ଜ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ପାରାଦ୍ୱୀପ ଓ ଚାନ୍ଦବାଲିରେ ୪ ନମ୍ବର ବିପଦ ସଙ୍କେତ ଦିଆଯାଇଥିବାବେଳେ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି । ରାଜ୍ୟ ସରକାର ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply