ପୁରୀ . ସ୍ନାନ ପୂର୍ଣ୍ଣମୀରେ ସୁନାକୂଳ ଜଳ ୧୦୮ ଗରା ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧା ବିଗ୍ରହଙ୍କୁ ଜ୍ୱର, ରତ୍ନ ସିଂହାସନକୁ ବିଜେ ନକରି ଅଣସର ପିଣ୍ଡିରେ ଦଇତାପତି ସେବକଙ୍କ ସେବା ଶୁଶ୍ରୁଷା ପାଉଛନ୍ତି। ଶ୍ରୀମନ୍ଦିରରେ ପଟି ଦିଅଁଙ୍କୁ ପୂଜାର୍ଚ୍ଚନା କରାଯାଉଛି ।
ବ୍ରହ୍ମଗିରିର ଅଲାରନାଥ ପୀଠରେ ଏବେ ଭକ୍ତଙ୍କ ଗହଳ ଚହଳ ବୃଦ୍ଧି ପାଇଛି । ଲମ୍ବା ଧାଡିରେ ଭକ୍ତମାନେ ଅଲାରନାଥଙ୍କ ଦର୍ଶନ କରିବା ସହ କ୍ଷୀରି ଭୋଗ ପ୍ରସାଦ ପାଉଛନ୍ତି । ପରମ୍ପରା ଅନୁସାରେ ଭକ୍ତମାନେ ଏହି ସମୟରେ ଜଗନ୍ନାଥଙ୍କ ଦର୍ଶନ ବନ୍ଦ ଥିବାରୁ ବ୍ରହ୍ମଗିରିରେ ଅଲାରନାଥଙ୍କ ଦର୍ଶନ କରିଥାଆନ୍ତି ।