ପବିତ୍ର ଅକ୍ଷୟ ତୃତୀୟା । ବୈଶାଖ ଶୁକ୍ଳ ତୃତୀୟା ଦିନଟି ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନ ଓଡ଼ିଶା ଚାଷୀମାନେ ଅକ୍ଷି ମୁଠି ଅନକୂଳ କରିଥାଆନ୍ତି । ଏହି ଦିବସକୁ ଅତି ପବିତ୍ର ଓ ଶୁଭ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ଅକ୍ଷି ମୁଠି ଅନୁକୂଳ କଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି ।
ଏହି ଦିନକୁ ଔପଚାରିକ ଭାବେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ ।
ଏହି ଦନି ଅନେକ ଶୁଭ କାର୍ଯ୍ୟ କରାଯାଇଥାଏ । ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ ।
ବିଶ୍ୱାସ ରହିଛି ଏହି ଦିନ ଶୁଭ କାର୍ଯ୍ୟ କଲେ ମାଆ ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ ହୁଏ ।