ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ ପରୀକ୍ଷଣ କରାଯାଇଛି

0 67

ବାଲେଶ୍ୱରର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ଗତକାଲି ଆକାଶ ପ୍ରାଇମ୍‍ର ସଫଳ ପରୀକ୍ଷଣ କରାଯାଇଛି । ଡି.ଆର୍‍.ଡି.ଓ. ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୭୦ କିଲୋମିଟର ରହିଛି ।

ଏହି କ୍ଷେପଣାସ୍ତ୍ରଟି ଆକାଶରେ ଉଡ଼ୁଥିବା ଏକ ମାନବ ବିହୀନ ବିମାନକୁ ସଫଳତାର ସହ ଧ୍ୱଂସ କରିବାର କ୍ଷମତା ରହିଛି । ଏହି ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର
ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ପ୍ରାଇମ୍‍ର ସଫଳ ପରୀକ୍ଷଣ ପାଇଁ ଡି.ଆର୍‍.ଡି.ଓ.ର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply