ଅଜିତ ସାହୁ ଅମର ରହେ, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ

0 1,062

ଢେଙ୍କନାଳ/ଭୁବନେଶ୍ୱର .- ଢେଙ୍କାନାଳ ଜିଲା କାମାକ୍ଷାନଗର ବଡସୁଆଁଳ ଅଞ୍ଚଳର ଓଡ଼ିଆ ପୁଅ ଅଜିତ ସାହୁ ଜାମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା କରୁଥିବା ସମୟରେ ସହିଦ ହୋଇଥିଲେ । ବୁଧବାର ରାତିରେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା । ରାଜ୍ୟପାଳ ଗଣେଶୀଲାଲଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଗୁରୁବାରରେ ତାଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡିରେ ଢେଙ୍କାନାଳ ନିଆଯାଇଥିଲା । ଢେଙ୍କାନାଳ ଷ୍ଟାଡିୟମରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ଜନ୍ମମାଟି ବଡସୁଆଁଳ ଗ୍ରାମ ଅଭିମୁଖେ ନିଆଯାଇଥିଲା । ସେଠାରେ ହଜାର ଲୋକ ଅଜିତ ସାହୁ ଅମର ରହେ , ଅମର ଜବାନ୍‌ ଜିନ୍ଦାବାଦର ନାରା ଦେଇଥିଲେ । ପୁଲିସ ଓ ସେନାପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା ।

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ଅଜିତ ସାହୁ ଅମର ରହେ

Leave A Reply