ବଲିଉଡ ଷ୍ଟାର ଜାହ୍ନବୀ କପୁରଙ୍କ ଘରେ ସମୟ ବିତାଇବାର ସୁଯୋଗ ଆଣିଛି ଏୟାରବିଏନ୍‌ବି

49

ଭୁବନେଶ୍ୱର: ଏୟାରବିଏନ୍‌ବି ପକ୍ଷରୁ ଆଇକନ୍ସର ଶୁଭାରମ୍ଭ କରାଯାଇଛି । ଏହା ହେଉଛି ସଙ୍ଗୀତ, ଚଳଚିତ୍ର, ଟେଲିଭିଜନ, କଳା, କ୍ରୀଡା ଆଦି କ୍ଷେତ୍ରରେ ବିଶ୍ୱର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଦ୍ୱାରା ଆୟୋଜିତ ଅସାଧାରଣ ଅନୁଭୂତିଗୁଡିକର ଏକ ନୂତନ ବର୍ଗ । କମ୍ପାନୀ ପକ୍ଷରୁ ଏୟାରବିଏନ୍‌ବିରେ ପ୍ରଥମ ୧୧ଟି ଆଇକନ୍ସର ଉନ୍ମୋଚନ କରାଯାଇଛି ଏବଂ ବର୍ଷସାରା ସମଗ୍ର ବିଶ୍ୱରେ ନୂଆ ଅନୁଭୂତିଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ । ଏହି ଶୁଭାରମ୍ଭର ଅଂଶ ଭାବେ ବଲିଉଡ ସୁପରଷ୍ଟାର ଜାହ୍ନବୀ କପୁର ଏକ ସ୍ୱତନ୍ତ୍ର ଅନୁଭୂତି ପାଇଁ ଚେନ୍ନାଇରେ ଥିବା ନିଜର ପାରିବାରିକ ବାସସ୍ଥାନ ପାଇଁ ଦ୍ୱାର ଖୋଲିଛନ୍ତି । ଜାହ୍ନବୀ ଏହି ସ୍ୱତନ୍ତ୍ର ପ୍ରମୋସ୍‌ନାଲ କ୍ୟାମ୍ପେନର ଅଂଶ ଭାବେ ନିଜର ଏହି ଉପକୂଳବର୍ତୀ ଘରେ ଦୁଇ ଜଣ ଅତିଥି ଲେଖାଏଁ ଦୁଇଟି ଗ୍ରୁପ୍‌କୁ ସ୍ୱାଗତ କରିବେ । ୪ ଏକରର ସୁନ୍ଦର ବେଳାଭୂମିରେ ଅବସ୍ଥିତ ଜାହ୍ନବୀ କପୁରଙ୍କ ଏହି କୋଷ୍ଟାଲ ଘର ଶାନ୍ତିପୂର୍ଣ୍ଣ ପରିବେଶ ଓ ଉଷ୍ମତାରେ ଭରପୂର ଏକ ସୁନ୍ଦର ବାସସ୍ଥାନ ଅଟେ । ଏହି ଘର ସେ ନିଜ ପରିବାର ସହ ବିତାଇଥିବା ପିଲାଦିନର ଅନେକ ଗ୍ରୀଷ୍ମ ଅବକାଶର ସ୍ମୃତି ରହିଛି ଏବଂ ବର୍ତମାନ ଏହା ପ୍ରଥମ ଥର ପାଇଁ ନିର୍ଦ୍ଧିଷ୍ଟ ଏୟାରବିଏନ୍‌ବି ଅତିଥିମାନଙ୍କ ପାଇଁ ଉପଲବ୍ଧ ହେବ । ଅତିଥିମାନେ କପୁର ପରିବାର ବିରାସତର ସମୃଦ୍ଧ କାହାଣୀ ବିଷୟରେ ଜାଣିପାରିବେ ଏବଂ ନିଜର ରହଣୀ ସମୟରେ ନିଜର ପ୍ରିୟ ବଲିଉଡ ଷ୍ଟାରଙ୍କ ଭଳି ଅନୁଭୂତି ପାଇବାକୁ ସକ୍ଷମ ହେବେ । ଜାହ୍ନବୀ ବ୍ୟକ୍ତିଗତ ଭାବେ ନିଜର ଅତିଥିମାନଙ୍କୁ ଅଭିବାଦନ ଜଣାଇବେ ଏବଂ ସେମାନଙ୍କୁ ନିଜ ଘରର ଏକ ସ୍ୱତନ୍ତ୍ର ଟୁର୍ ପ୍ରଦାନ କରିବେ ।

ଏସମ୍ପର୍କରେ ଏୟାରବିଏନ୍‌ବି ଇଣ୍ଡିଆ, ସାଉଥଇଷ୍ଟ ଏସିଆ, ହଙ୍ଗ୍ କଙ୍ଗ୍ ଓ ତାଇୱାନର ସାଧାରଣ ସମ୍ପାଦକ ଅମନପ୍ରୀତ ବଜାଜ କହିଛନ୍ତି, “ଆଇକନ୍ସ ଅନୁଭୂତିଗୁଡିକୁ ଜୀବନ୍ତ କରୁଛି ଯାହା ଚମତ୍କାର ଓ ବାସ୍ତବରେ କଳ୍ପନା ବାହାରେ ଅଟେ । ଆଇକନ୍ସର ଉନ୍ମୋଚନର ଅଂଶ ଭାବେ ଆମେ ଏହି ସ୍ୱତନ୍ତ୍ର ଅଭିଯାନ ପାଇଁ ଜାହ୍ନବୀ କପୁରଙ୍କ ସହ ସହଭାଗିତା କରି ଉତ୍ସାହିତ ଅଛୁ, ଯାହା ଜାହ୍ନବୀଙ୍କ କୋଷ୍ଟାଲ ବିଚ୍ ହୋମ୍‌ର ଏକ ଅପ୍ରତ୍ୟାଶିତ ଝଲକ ପ୍ରଦାନ କରିବ ।” ଏସମ୍ପର୍କରେ ଅଭିନେତ୍ରୀ ଜାହ୍ନବୀ କପୁର କହିଛନ୍ତି, “ମୋର ସବୁଠାରୁ ପ୍ରିୟ ସ୍ମରଣୀୟ ମୁହୂର୍ତଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଆମର ଚେନ୍ନାଇ ଘରେ ମୋର ପରିବାର ସହିତ ବିତାଇଥିବା ଗ୍ରୀଷ୍ମ ଅବକାଶ । ଏହି ସ୍ଥାନଟି ସବୁବେଳେ ଏକ ସୁନ୍ଦର ଅଭୟାରଣ୍ୟ ଭଳି ଅନୁଭୂତି ଦେଇଥାଏ ଏବଂ ମୁଁ ଏହି ସ୍ୱତନ୍ତ୍ର ଅନୁଭୂତିକୁ ମୋର ପ୍ରଶଂସକଙ୍କ ସହ ବାଂଟିବାକୁ ଚାହୁଁଛି, ଏହି କାରଣରୁ ପ୍ରଥମ ଥର ପାଇଁ ମୁଁ ଏୟାରବିଏନ୍‌ବିରେ ଆମ ଘରର ଦ୍ୱାର ଖୋଲିଛି । ମୁଁ ଏୟାରବିଏନ୍‌ବି ଅତିଥିମାନଙ୍କ ସହ ଆମ ପରିବାରର ରୀତିନୀତିଗୁଡିକୁ ବାଂଟିବା ପାଇଁ ଉତ୍ସାହିତ ରହିଛି ଯିଏକି କପୁରଙ୍କ ଭଳି ମନଖୋଲି ବଂଚିବାର ଏକ ସୁଯୋଗ ପାଇବେ- ଯେପରିକି ପୁଲ୍‌ରେ ସମୟ ବିତାଇବା, ଆମର କିଛି ପ୍ରିୟ ଖାଦ୍ୟଗୁଡିକୁ ଉପଭୋଗ କରିବା, ଯୋଗ ଅଭ୍ୟାସ କରିବା, ମୋ ମା’ଙ୍କ ପ୍ରାକୃତିକ ସ୍କିନ କେୟାର ରେସିପିଗୁଡିକୁ ବ୍ୟବହାର କରିବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାବେ ସ୍ୱତନ୍ତ୍ର ସ୍ମୃତି ତିଆରି କରିବା ଇତ୍ୟାଦି ।”

ଏହି ଘର ପାଇଁ ବୁକିଂ ଅନୁରୋଧ ମେ’ ୧୨ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍‌ରେ ଆରମ୍ଭ ହେବ କିନ୍ତୁ କାଉଂଟଡାଉନ୍ ମେ’ ୯ ତାରିଖରୁ ଆରମ୍ଭ ହେବ । ଦୁଇ ଜଣ ଅତିଥି ଲେଖାଏଁ ଦୁଇଟି ଗ୍ରୁପ୍‌ଙ୍କ ନିକଟରେ ମାଗଣାରେ ଏଭଳି ରହଣୀ ପାଇଁ ବୁକ୍ କରିବା ଲାଗି ଏକ ସ୍ୱତନ୍ତ୍ର ସୁଯୋଗ ରହିବ । ଅତିଥିମାନେ ଚେନ୍ନାଇକୁ ଆସିବା ଓ ଚେନ୍ନାଇରୁ ଫେରିବା ପାଇଁ ନିଜର ଯାତ୍ରାର ଖର୍ଚ୍ଚ ନିଜେ ବହନ କରିବେ । ଅନ୍ୟ ଆନ୍ତର୍ଜାତୀୟ ଆଇକନ୍ ଯିଏ ନିଜର ଘରଗୁଡିକୁ ଅତିଥିଙ୍କ ପାଇଁ ଖୋଲିବେ ସେମାନେ ହେଉଛନ୍ତି ଗ୍ରାମି ପୁରସ୍କାର ବିଜେତା ଡୋଜା କ୍ୟାଟ୍‌, ଟିକ୍‌ଟକ୍ ସେନ୍‌ସେଶନ ଖାବି ଲାମେ ଓ ରେଗାଟନ ସୁପରଷ୍ଟାର ଫେଡ୍ ଇତ୍ୟାଦି । ଜାହ୍ନବୀ କପୁରଙ୍କ ଷ୍ଟେ’ ଭଳି ଆଇକନ୍ସ ସେମାନଙ୍କର ନିଜସ୍ୱ ବର୍ଗରେ ଅନ୍ତର୍ଭୁକ୍ତ ରହିଛି, ଯାହା ସେଗୁଡିକୁ ଏୟାରବିଏନ୍‌ବିର ହୋମ୍‌ପେଜରେ ସନ୍ଧାନ କରିବା ପାଇଁ ସହଜ କରୁଛି । ପ୍ରତ୍ୟେକ ଆଇକନ ଲାଇଭ୍ ହେବା ପର୍ଯ୍ୟନ୍ତ ଏକ କାଉଂଟଡାଉନ ସମୟ ପ୍ରଦର୍ଶିତ କରିବ ଏବଂ ଅତିଥିମାନେ ଏହାକୁ ଆପ୍‌ରେ ବୁକ୍ କରିବା ପାଇଁ ଅନୁରୋଧ କରିପାରିବେ । ଚୟନ ହୋଇଥିବା ଭାଗ୍ୟଶାଳୀ ଅତିଥିମାନେ ଏହି ଅନୁଭୂତି ପାଇବା ପାଇଁ ଏକ ଡିଜିଟାଲ ଗୋଲ୍ଡେନ ଟିକେଟ ପାଇବେ ।

Comments are closed, but trackbacks and pingbacks are open.