ପୁରୀ .- ବାତ୍ୟା ଦ୍ୱାରା ପ୍ରଭାବିତ ପୁରୀ ଜିଲ୍ଲା ଅନ୍ତର୍ଗତ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ନନ୍ଦନକାନନ ଚିଡିଆଖାନାରେ କୌଣସି ବନ୍ୟପ୍ରାଣୀ ମୃତୁ୍ୟବରଣ କରିଥିବା ଖବର ବର୍ତ୍ତମାନ ସୁଦ୍ଧା ସରକାରଙ୍କ ହସ୍ତଗତ ହୋଇନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜଙ୍ଗଲ ବିଭାଗ ପକ୍ଷରୁ ନିୟୋଜିତ ୧୧୦ ଗୋଟି ଦଳ ଗଛକଟା କାର୍ଯ୍ୟ କରୁଛନ୍ତି । ସେମାନେ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ କାଟି ସଫା କରିବା ସହ ଆଂଶିକ ଉପୁଡ଼ିଥିବା ଗଛଗୁଡ଼ିକୁ ପୁନଃସଂସ୍ଥାପିତ କରିବା ନିମନ୍ତେ ବିହିତ ପଦକ୍ଷେପ ନେଉଛନ୍ତି । ପ୍ରକାଶ ଥାଉକି, ବନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଜେ ଉପସ୍ଥିତ ରହି ପୁରୀ ବାଲୁଖଣ୍ଡ ସଂରକ୍ଷିତ ଜଙ୍ଗଲର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି ।
ହେଲେ ଫନି ପ୍ରଭାବରେ ବାଲୁଖଣ୍ଡ ଅଭୟାରଣ୍ୟର ୮୦ରୁ ୯୦ ପ୍ରତିଶତ ଗଛ ଉପୁଡି ପଡିଥିବା ଅନୁମାନ କରାଯାଉଛି । ଯେଉଁ ଗଛ ଅଛି ,ସେଥିଲେ ପତ୍ର ନାହିଁ । ୪ ହଜାର ହରିଣରୁ କାହିର ଦେଖା ମିଳୁନି । କାଁ ଭାଁ ଗୋଟିଏ ଦୁଇଟି ହରିଣ ଦେଖିବାକୁ ମିଳୁଛି । ବନ ବିଭାଗ ସହ ସ୍ଥାନୀୟ ବନ ସୁରକ୍ଷା ସମିତିର ସଦସ୍ୟମାନେ ହରିଣମାନଙ୍କୁ ଖୋଜୁଛନ୍ତି । ତେବେ ବାତ୍ୟାରେ ଏତେ ସଂଖ୍ୟକ ହରିଣ କୁଆଡେ ଚାଲିଗଲେ ତାହାର ସୂଚନା ମିଳି ନାହିଁ ।
Sign in
Sign in
Recover your password.
A password will be e-mailed to you.