ଏସିଡିଟି ବା ଅମ୍ଳ ଦେଷରୁ ରକ୍ଷା ପାଇବେ କିପରି

0 1,838

ସନ୍ତୁଳିତ ଆହାର ଓ ଜୀବନଚର୍ଯ୍ୟା ହେଲ ଆପଣ ଏସିଡିଟି ସହ ଅନେକ ରୋଗରୁ ମୁକ୍ତି ପାଇ ପାରିବେ । ଆପଣଙ୍କ ତଣ୍ଟି , ପେଟ କିମ୍ବା ଛାତି ପୋଡା ହେଉଥିଲେ ଏହା ଏସିଡିଟିର ଲକ୍ଷଣ । ଅତ୍ୟଦିକ ତେଲ ମସଲା ଖାଇଲେ , କି ଠିକ୍‌ ଭାବେ ପାଣି ନ ପିଇଲେ , ଅଧିକ ସମୟ ଭୋକରେ ରହିଲେ କିମ୍ବା ଅଧିକ ଚାପଗ୍ରସ୍ତ ରହିଲେ ଏହି ସମସ୍ୟା ଦେଖା ଦେଇଥାଏ ।
ରାତିରେ ବିଳମ୍ବରେ ଖାଇଲେ, କିମ୍ବା ଠିକ୍‌ ଭାବେ ନ ଶୋଇଲେ ଏସିଡିଟି ବି ହୋଇଥାଏ । ଅଧିକ ଫାଷ୍ଟ ଫୁଡ୍‌ କିମ୍ବା  ଆଳୁ ଚିପ୍‌ସ୍‌ ଓ ଛଣାଛଣି ଖାଇଲେ ଏସିଡିଟି ହୋଇଥାଏ । ସକାଳୁ ଠିକ୍‌ ସମୟରେ ଜଳଖିଆ ନ ଖାଇଲେ ନିଶ୍ଚୟ ଏସିିଡିଟି ହେବ ।
ରାତିରେ ଖାଇବା ମାତ୍ରେ ସାଙ୍ଗେ ସାଙ୍ଗେ ଶୁଅନ୍ତୁ ନାହିଁ । ପେଟ ମାଡିକରି ବା ଶୁଅନ୍ତୁ ନାହିଁ . ପେଟ ଚିପି ହେଉଥିବା ପୋଷାକ ବେଶୀ ପିନ୍ଧୁନ୍ତୁ ନାହିଁ ।
ଆଲକହଲ୍‌ ଓ କୋଲ୍ଡ ଡ୍ରିଙ୍କସ୍‌ ପିଅନ୍ତୁ ନାହିଁ ।
ଏଧିକ ଖଟା ଜିନିଷ ଖାଆନ୍ତୁ ନାହିଁ ।

ଏସିଡିଟି ସମସ୍ୟା ଅଧିକ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ

Leave A Reply