ପାର୍ବଣ ଋତୁରେ ସୂର୍ୟ୍ୟା ରୋଶନୀ ପାର୍ବଣ ଲାଇଟିଂ କଲେକ୍ସନ୍ ଲଞ୍ଚ କରିଛି

36

ଭୁବନେଶ୍ୱର : ସୂର୍ୟ୍ୟା ରୋଶନୀ ଏହାର କାର୍ଯ୍ୟର 50ତମ ବର୍ଷରେ ଲାଇଟିଂ, ଫ୍ୟାନ୍, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଏବଂ ପିଭିସି ପାଇପ୍ ପାଇଁ ଭାରତର ସବୁଠାରୁ ସମ୍ମାନଜନକ ଏବଂ ବିଶ୍ୱସ୍ତ ବ୍ରାଣ୍ଡଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଭାରତର ଲାଇଟିଂ ଉତ୍ପାଦର ସର୍ବବୃହତ୍ ବ୍ରାଣ୍ଡେଡ୍ ଉତ୍ପାଦକ ଭାବରେ ସୂର୍ୟ୍ୟା ରୋଶନୀ ଏହି କ୍ଷେତ୍ରରେ ନିଜର ମାନ ଉନ୍ନତ କରି ରଖିଛି। ଭାରତରେ ବୋଧହୁଏ ଏହା ଏକମାତ୍ର କମ୍ପାନୀ ଯିଏ ବିଗତ ଶତାବ୍ଦୀରେ ପାରମ୍ପରିକ ଲାଇଟିଂ ଉତ୍ପାଦନର ଉତ୍କର୍ଷତାରେ ଯଥେଷ୍ଟ ପୁଞ୍ଜିନିବେଶ କରିଥିଲା ଏବଂ ବର୍ତ୍ତମାନ ଏହି ଶତାବ୍ଦୀରେ ଶକ୍ତି ସଞ୍ଚୟ ଏବଂ ଆଧୁନିକ ଏଲଇଡି ଲାଇଟିଂ ଉତ୍ପାଦନ ପରି ନୂତନ ଜ୍ଞାନକୌଶଳରେ ଉତ୍କର୍ଷତା ଦିଗରେ ନିବେଶ କରୁଛି। ବିଗତ ୭ ବର୍ଷ ମଧ୍ୟରେ ସୂର୍ୟ୍ୟା ରୋଶନୀ ଏଲଇଡି ଲାଇଟିଂ ସଫଳତାର ସହ ଦେଶ ପାଇଁ ଉଲ୍ଲେଖନୀୟ ପରିମାଣର ଶକ୍ତି ସଞ୍ଚୟ କରିଛି।

ଆଗାମୀ ପାର୍ବଣ ଋତୁ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରି ଅନେକ ଉତ୍ପାଦ ଆଣିବା ପାଇଁ ସୂର୍ୟ୍ୟା ରୋଶନୀ ପୁଣି ଥରେ ଗବେଷଣା ଓ ବିକାଶରେ ନିବେଶ କରିଛି। ଏହାର ଏକ ଉଦାହରଣ ହେଉଛି ପ୍ଲାଟିନା ଏଲ୍ଇଡି ବଲ୍ବ, ଯାହା ଆଲୋକକୁ ବ୍ୟାପକ ଭାବରେ ପ୍ରସାର କରି ଘରର ପ୍ରତିକୋଣ ଆଲୋକିତ କରିବା ସହ ୨୫,୦୦୦ ଘଣ୍ଟା (ରେଟେଡ୍ ପରିସ୍ଥିତିରେ) ପ୍ରଡକ୍ଟ ଲାଇଫ୍ ସହିତ ଶକ୍ତି ସଂରକ୍ଷଣ କରିଥାଏ। ନୂତନ ଶକ୍ତି-ସଂରକ୍ଷଣ କରୁଥିବା ପ୍ଲାଟିନା ବ୍ୟତୀତ, ସୂର୍ୟ୍ୟା ଏହି ପାର୍ବଣ ଋତୁରେ ସୁନ୍ଦର ଇନ୍‌ଡୋର୍ ସାଜସଜ୍ଜା ପାଇଁ ପ୍ରୋଫାଇଲ ଷ୍ଟ୍ରିପ୍ ଲାଇଟ୍, ସ୍ଲିମ୍ ଟ୍ରିମ୍ ଏବଂ ସାଇନ୍ ନେକ୍ସଟ ଡାଉନଲାଇଟର; ଆଉଟଡୋର୍ ସାଜସଜ୍ଜା ପାଇଁ ଜଗ୍ ମଗ୍ ଷ୍ଟ୍ରିଙ୍ଗ୍ ଲାଇଟ୍ ଓ ସ୍ପାର୍କଲ୍ ରୋପ୍ ଲାଇଟ୍ ପରି ଲାଇଟିଂ ଉତ୍ପାଦଗୁଡ଼ିକ ଗର୍ବର ସହିତ ଆଣୁଛି।

ଆମ କମ୍ପାନୀ ନବୋଦ୍ଭାବନ ସହିତ ବିଇଇ ଷ୍ଟାର ଲେବଲ୍ ଫ୍ୟାନ୍ ଲଞ୍ଚ୍ କରିଛି ଯାହା ଫ୍ୟାନ୍ ପିଛା ବାର୍ଷିକ ୧000ରୁ ୧୮୦୦ ଟଙ୍କା ସଞ୍ଚୟ କରିବା ସହ (ଦୈନିକ ୧୬ ଘଣ୍ଟା ବ୍ୟବହାର ଏବଂ ମେଟ୍ରୋ ଏନର୍ଜି ଟାରିଫ୍) ଘରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ।

ଏଥିରେ ରାଇସ୍ କୁକର୍ (indicook), ଜୁସର ମିକ୍ସର ଗ୍ରାଇଣ୍ଡର୍ (Aspire, Galaxy-i), ହେଭିୱେଟ୍ ଡ୍ରାଇ ଆଇରନ୍ (Shakti Plus, Bolt), ଇନଫ୍ରାରେଡ୍ ଏବଂ ଇଣ୍ଡକ୍ସନ କୁକଟପ୍ ଏବଂ ବିଭିନ୍ନ ଷ୍ଟୋରେଜ୍ ଏବଂ ଇନଷ୍ଟାଣ୍ଟ ୱାଟର୍ ହିଟର୍ (Speedy, Insta Hot – 5.5 ଲି) ପରି ଉତ୍ପାଦ ଅନ୍ତର୍ଭୁକ୍ତ।

ଏହି ଅବସରରେ ସୂର୍ୟ୍ୟା ରୋଶନୀ ର ଲାଇଟିଂ ଆଣ୍ଡ କଞ୍ଜ୍ୟୁମର ଡ୍ୟୁରେବଲ୍ସର ସିଇଓ ଜିତେନ୍ଦ୍ର ଅଗ୍ରଓ୍ଵାଲ କହିଛନ୍ତି ଯେ, “ମୁଁ ଅତ୍ୟନ୍ତ ଗର୍ବର ସହ ସୂର୍ୟ୍ୟାର ଅସାଧାରଣ ଟିମ୍‌କୁ ପ୍ରଶଂସା କରୁଛି, ଯେଉଁମାନଙ୍କର ମିଳିତ ପ୍ରୟାସ, ସମର୍ପଣ ଏବଂ ଅଭିନବତା ହେତୁ ବିଭିନ୍ନ ଲାଇଟିଂ ଏବଂ ଉପକରଣ ସୃଷ୍ଟି ହୋଇଛି, ଯାହା ଆଗାମୀ ପର୍ବକୁ ଏକ ଆନନ୍ଦଦାୟକ ଉତ୍ସବରେ ପରିଣତ କରିବ।”

ଉତ୍ସବର ପ୍ରାସଙ୍ଗିକତାକୁ ବୁଝି କମ୍ପାନୀ ଏକ ବ୍ୟାପକ ୩୬୦-ଡିଗ୍ରୀ ମାର୍କେଟିଂ ରଣନୀତି ଗ୍ରହଣ କରିଛି। ଏହି ପଦ୍ଧତିରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ, ରିଟେଲ ଆଉଟଲେଟ୍ ଏବଂ ଅନ୍-ଗ୍ରାଉଣ୍ଡ ଆକ୍ଟିଭେସନ୍‌ରେ ଅନେକ ପ୍ରୋତ୍ସାହନମୂଳକ ପଦକ୍ଷେପ ରହିଛି। ଉଭୟ ଗ୍ରାହକ ଏବଂ ଚ୍ୟାନେଲ ପାର୍ଟନରମାନଙ୍କୁ ଏକ ଅର୍ଥପୂର୍ଣ୍ଣ ଉପାୟରେ ନିୟୋଜିତ କରିବା ଉଦ୍ଦେଶ୍ୟରେ ଏହି ପ୍ରୟାସ କରାଯାଉଛି।

ସରକାରଙ୍କ ପିଏଲଆଇ ଯୋଜନା ଅନୁଯାୟୀ କମ୍ପାନୀ ଏହାର ଟେକ୍ନୋଲୋଜି ଲ୍ୟାବ୍ ଏବଂ ଉତ୍ପାଦନ କାରଖାନାରେ ୨୫ କୋଟି ଟଙ୍କାର ପୁଞ୍ଜିନିବେଶ କରୁଛି। ଏହି ରଣନୈତିକ ପଦକ୍ଷେପ ଆମଦାନୀ କମ୍ କରିବାରେ ଯୋଗଦାନ ଦେଇ ଆତ୍ମନିର୍ଭରଶୀଳତାକୁ ଆଗକୁ ବଢ଼ାଇଥାଏ।

Comments are closed, but trackbacks and pingbacks are open.