ଟିପିଏସ୍‌ଓଡିଏଲ୍ ପକ୍ଷରୁ ଜୟପୁରରେ “ଗ୍ରାହକ ସମ୍ପର୍କ କେନ୍ଦ୍ର’ ଉଦ୍‌ଘାଟିତ

102

ବ୍ର୍ରହ୍ମପୁର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଜୟପୁରରେ ଏକ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ ନୂଆ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି । ଏହି ଗ୍ରାହକ ସେବା କେନ୍ଦ୍ର ଜରିଆରେ ଜୟପୁର, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ସମେତ ଚାରିଟି ଡିଭିଜନର ୬.୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରାଯାଇପାରିବ ।
ଅନୁରୋଧ ଏବଂ ଅଭିଯୋଗ ଓ ବିଲ୍ ପେମେଂଟ୍ ସମ୍ପର୍କିତ ପ୍ରଶ୍ନର ତ୍ୱରିତ ପରିଚାଳନା ପାଇଁ ଏହି ଗ୍ରାହକ ସେବା କେନ୍ଦ୍ର (ସିଆର୍‌ସି)କୁ ସ୍ଥାପନ କରାଯାଇଛି । ନୂଆ ବିଦ୍ୟୁତ୍ ଯୋଗାଣ ଆବେଦନ, ମାସିକ ବିଲ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଏବଂ ଅଭିଯୋଗର ସମାଧାନ କରିବା ଭଳି ବ୍ୟାପକ ଗ୍ରାହକ ସେବା ସମେତ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବାର ପରିଚାଳନା ପାଇଁ ଏହି କେନ୍ଦ୍ର ଉଚ୍ଚ ତାଲିମପ୍ରାପ୍ତ ପୁରୁଷ ଏବଂ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେଉଛି ।
ଏହି ଉଦ୍‌ଘାଟନୀ ଅବସରରେ ଚିଫ୍ ଅଫ୍ ଅପରେସନ୍ସ ଶ୍ରୀଯୁକ୍ତ ମିଲିନ୍ଦ୍ କୁଲକର୍ଣ୍ଣି, ଏସ୍‌ଇ-ଜୟପୁର ସର୍କଲ୍ ଶ୍ରୀ ମନ୍ମଥ ନାଥ ମିଶ୍ର, ଇଇ ଜେଇଡି ଶ୍ରୀ ବରୁଣ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.