ପ୍ରଥମ ଶ୍ରେଣୀ ସହରର ୫୦% ଲୋକ ସୁନାରେ ନିବେଶ କରୁଛନ୍ତି, ୩୮%ଙ୍କ ପସନ୍ଦ ଡିଜିଟାଲ୍ ସୁନା: ଆକ୍ସିସ୍ ମାଇଁ ଇଣ୍ଡିଆଜ୍ ରିପୋର୍ଟ
ଭୁବନେଶ୍ୱର: ଅଗ୍ରଣୀ ଗ୍ରାହକ ତଥ୍ୟ ଇଟେଂଲିଜେନ୍ସ କଂପାନି ଆକ୍ସିସ୍ ମାଇଁ ଇଣ୍ଡିଆ ପକ୍ଷଯରୁ ଭାରତର ନିବେଶ ବ୍ୟବହାର ରିପୋର୍ଟକୁ ଉନ୍ମୋଚନ କରାଯାଇଛି । ନିବେଶର ବିଭିନ୍ନ ମାଧ୍ୟମ, ସେଥିପ୍ରତି ରହିଥିବା ପ୍ରତିବନ୍ଧକ ଏବଂ ନିବେଶ ନିଷ୍ପତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା କାରକଗୁଡ଼ିକୁ ବୁଝିବା ଲାଗି ଏହି ବ୍ୟାପକ ସର୍ବେକ୍ଷଣ କରାଯାଇଛି । ସୁନା ନିବେଶ ଉପରେ ଗ୍ରାହକମାନଙ୍କ ମତାମତ ଏବଂ ଡିଜିଟାଲ୍ ସୁନାରେ ବୃଦ୍ଧି ପାଉଥିବା ନିବେଶ ବିଷୟରେ ଏହି ରିପୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି ।
ରିପୋର୍ଟ ଅନୁସାରେ, ଭାରତରେ ଯେଉଁ ୬୫% ଲୋକ ନିବେଶ କରୁଛନ୍ତି, ସେଥିରୁ ୬୬% ଲୋକ ପ୍ରଥମ ଶ୍ରେଣୀ ସହରର ହୋଇଥିବା ବେଳେ ୭୫% ମେଟ୍ରୋ ସହରରେ ଏବଂ ୫୧% ଦ୍ୱିତୀୟ ଶ୍ରେଣୀ ସହରରେ ବାସ କରୁଛନ୍ତି । ଲୋକମାନେ ନିବେଶ କରୁଥିବା ପଛର କାରଣଗୁଡ଼ିକ ହେଉଛି ପରିବାର ଏବଂ ପିଲାମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ଲାଭ କରିବା । ମେଟ୍ରୋ ସହରର ୫୮% ଲୋକ ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରର ୪୦% ଲୋକ ସେହି ଭାବନା ରଖି ନିବେଶ କରୁଛନ୍ତି ।
ପ୍ରଥମ ଶ୍ରେଣୀ ସହରରେ ସୁନା ନିବେଶ ବଡ଼ ଧରଣର ବିଶ୍ୱାସ ହାସଲ କରିଛି କାରଣ ନଜି ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ସେଠାରେ ବାସ କରୁଥିବା ଲୋକମାନେ ଅଧିକ ପରିମାଣର ସୁନା କିଣୁଛନ୍ତି । ପ୍ରଥମ ଶ୍ରେଣୀ ସହରର ୩୬% ଲୋକ ପିନ୍ଧିବା ବଦଳରେ ନିବେଶ ପାଇଁ ଅଧିକ ସୁନା କିଣୁଛନ୍ତି । ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ସୁନାରେ ୬୫% ମହିଳା ନିବେଶ କରୁଥିବା ବେଳେ ପୁରୁଷଙ୍କ ହାର ୪୧ ପ୍ରତିଶତ ରହିଛି ।
ଆକ୍ସିସ୍ ମାଇଁ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ପ୍ରଦୀପ ଗୁପ୍ତା କହିଛନ୍ତି ଯେ, “ପ୍ରଥମ ଶ୍ରେଣୀ ସହରର ଅଧିକାଂଶ ଲୋକ ସୁନାରେ ନିବେଶ କରିବାକୁ ମନ ବଦଳାଉଛନ୍ତି ଏବଂ ଡିଜିଟାଲ ସୁନାରେ ନିବେଶ ପ୍ରତି ସଚେତନତା ଉଚ୍ଚ ସ୍ତରରେ ରହିଛି । ଭରସାର ଏକ ବିଷୟ ରହୁଥିବାରୁ ପ୍ରଥମ ଓ ଦ୍ୱିତୀୟଶ୍ରେଣୀ ସହରରେ ସରକାରୀ ସମର୍ଥନ ଥିବା କଂପାନିରେ ନିବେଶ କରିବାକୁ ଲୋକଙ୍କ ଅଧିକଆଗ୍ରହ ରହିଛି । ନିବେଶକୁ ଜାରି ରଖିବାର ପ୍ରେରଣାକୁ ବଢ଼ାଇବା ଲାଗି ଡିଜିଟାଲ୍ ପଦକ୍ଷେପରେ ବିପୁଳ ପରିମାଣର ସୁଯୋଗ ରହିଛି ।’’
ଏହି ସର୍ଭେକୁ ବାଙ୍ଗାଲୋର, ହାଇଦ୍ରାବାଦ, ପୁନେ, ଅହମ୍ମଦାବାଦ, ନୋଏଡା ଓ ଜୟପୁରରେ କରାଯାଇଥିଲା । ପ୍ରଥମ ଶ୍ରେଣୀ ସହରର ୨୭% ଲୋକ ଡିଜିଟାଲ୍ ସୁନାରେ ନିବେଶ କରିଛନ୍ତି । ପ୍ରଥମ ଶ୍ରେଣୀ ସହରର ୩୯% ଲୋକ କହିଛନ୍ତି ଯେ ସେମାନେ କେବଳ ବିଶ୍ୱାସନୀୟ ବ୍ରାଣ୍ଡ୍ରୁ ସୁନା କିଣୁଛନ୍ତି । ପ୍ରଥମ ଶ୍ରେଣୀ ସହରର ୪୬% ଲୋକ ଜାଣିଛନ୍ତି ଯେ ୧ ଟଙ୍କା ଭଳି ମୂଲ୍ୟରେ ସେମାନେ ଡିଜିଟାଲ୍ ସୁନାରେ ନିବେଶ କରିପାରିବେ । ସରକାରୀ ସମର୍ଥନ ଥିବା ସଂସ୍ଥାର ଡିଜିଟାଲ୍ ସୁନାରେ ନିବେଶ କରିବାକୁ ୩୮% ଲୋକଙ୍କ ଆଗ୍ରହ ରହିଛି । ଡିଜିଟାଲ୍ ସୁନାରେ ୨୪ କ୍ୟାରେଟ୍ରେ ନିବେଶ କରିବାର ସୁବିଧା ରହିଛି । ପ୍ରଥମ ଶ୍ରେଣୀ ସହରରେ ତାହାକୁ ନେଇ ସଚେତନତା ହାର ସର୍ବାଧିକ ୩୪% ରହିଛି । ମେଟ୍ରୋ ସହରଗୁଡ଼ିକରେ ଡିଜିଟାଲ୍ ସୁନାକୁ ନେଇ ସଚେତନତା ସର୍ବାଧିକ ରହିଛି ।
Comments are closed, but trackbacks and pingbacks are open.