ସରକାର କ୍ୟାଣ୍ଟନମେଣ୍ଟ୍ ଆଇନ, ୨୦୦୬ରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି । ସେ କହିଛନ୍ତି, ବିଲ୍ର ଚିଠା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହାପରେ କ୍ୟାଣ୍ଟନ୍ମେଣ୍ଟ ବୋର୍ଡ଼ଗୁଡ଼ିକ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ପ୍ରସ୍ତାବ ରହିଛି ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, କିଛି କ୍ୟାଣ୍ଟନ୍ମେଣ୍ଟ ଅଞ୍ଚଳର ସାଧାରଣ ଇଲାକାକୁ ପଡ଼ୋଶୀ ରାଜ୍ୟ ପୌରପାଳିକାଗୁଡ଼ିକ ସହ ମିଶ୍ରଣ କରିବା ସଂକ୍ରାନ୍ତରେ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରାଯାଉଛି । ସେ କହିଛନ୍ତି, ଏହାଦ୍ୱାରା ସ୍ଥାନୀୟ ସ୍ୱାୟତ୍ତ ଶାସନରେ ସମାନତା ଆସିବ ଓ ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଘଟିବ । ଶ୍ରୀ ସିଂହ କହିଛନ୍ତି, ସର୍ବସାଧାରଣ ଓ ଲୋକ ପ୍ରତିନିମାନଙ୍କଠାରୁ କ୍ୟାଣ୍ଟନ୍ମେଣ୍ଟ୍ ବୋର୍ଡ଼ଗୁଡ଼ିକର ଢାଞ୍ଚା ସମ୍ବନ୍ଧରେ ମତାମତମାନ ମିଳିଛି ।
Comments are closed, but trackbacks and pingbacks are open.