ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶାଖ ବୁଦ୍ଧ ପୂର୍ଣ୍ଣିମା ଅବସରରେ ଆଜି ନେପାଳର ଲୁମ୍ବିନୀ ପରିଦର୍ଶନ । ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ବେଓବାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦୀ ସେଠାକୁ ଯାଉଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପବିତ୍ର ବୁଦ୍ଧ ଜୟନ୍ତୀ ଉପଲକ୍ଷେ ମାୟାଦେବୀ ମନ୍ଦିରରେ ସେ ପୂଜାର୍ଚ୍ଚନା କରିବା ପାଇଁ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଭଗବାନ ବୁଦ୍ଧଙ୍କର ପବିତ୍ର ଜନ୍ମସ୍ଥଳୀରେ ଲକ୍ଷ ଲକ୍ଷ ଭାରତୀୟଙ୍କ ପଦ ଅନୁସରଣ କରି ସେଠାରେ ପୂଜାର୍ଚ୍ଚନା କରିବାତାଙ୍କ ପାଇଁ ଏକ ସମ୍ମାନର ବିଷୟ ବୋଲି ଶ୍ରୀ ମୋଦୀ କହିଛନ୍ତି । ସେ କହିଛନ୍ତି, ଗତ ମାସରେ ଶ୍ରୀ ଦେଓବାଙ୍କ ଭାରତ ଗସ୍ତ ସମୟରେ ଦୁଇ ନେତାଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ପରେ ପୁଣି ଚଳିତ ମାସରେ ଶ୍ରୀ ଦେଓବାଙ୍କୁ ତାଙ୍କର ସାକ୍ଷାତ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ଆଶା
କରାଯାଉଛି ।
ଆଜିର ଦିନକୁ ତିନୋଟି ପର୍ବ ଭାବେ ବ୍ୟବହାର କରାଯାଉଛି । ଭଗବାନ ବୁଦ୍ଧଙ୍କର ଜନ୍ମ, ବୋଧିପ୍ରାପ୍ତ ଓ ମହାପରିନିର୍ମାଣ ଦିବସ ଭାବେ ଆଜିର ଦିନ ବୌଦ୍ଧଧର୍ମାବଲମ୍ବୀମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭଗବାନ ବୁଦ୍ଧ ନେପାଳର ଲୁମ୍ବିନିରେ ଜନ୍ମଗ୍ରହଣ କରିଥିବା ବେଳେ ବିହାରର ବୋଧଗୟାଠାରେ ସେ ବୋଧିପ୍ରାପ୍ତ ହୋଇଥିଲେ ଏବଂ ସାର୍ନାଥଠାରେ ପ୍ରଥମ ବାଣୀ ପ୍ରଚାର କରିଥିଲେ । ଉତ୍ତରପ୍ରଦେଶର କୁଶିନଗରଠାରେ ସେ ନିର୍ବାଣପ୍ରାପ୍ତି ହୋଇଥିଲେ । ବୁଦ୍ଧଧର୍ମର ପରମ୍ପରା ଅନୁଯାୟୀ ଲୁମ୍ବିନୀ ହେଉଛି ସେହି ପବିତ୍ର ସ୍ଥାନ ଯେଉଁଠି ରାଣୀ ମହାମାୟା ଦେବୀ ସିଦ୍ଧାର୍ଥ ଗୌତମଙ୍କୁ ଜନ୍ମ ଦେଇଥିଲେ । ସେହି ଜାଗାରେ ପ୍ରଥମ ଯାତ୍ରୀ ଭାବେ ମହାରାଜା ଅଶୋକ ଏକ ସ୍ମରଣୀକା ସ୍ତମ୍ଭ ଗଠନ କରିଥିଲେ । ସେହି ସ୍ଥାନ ଏବେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ ଏକ
ତୀର୍ଥ ସ୍ଥଳୀରେ ପରିଣତ ହୋଇଛି ।
ଜଳ ବିଦ୍ୟୁତ, ଉନ୍ନୟନ ଓ ସଂଯୋଗ ସ୍ଥାପନ ସମେତ ବିବିଧ କ୍ଷେତ୍ରରେ ଆପୋଷ ବୁଝାମଣା ଓ ସହଯୋଗ ପରିବ୍ୟାପ୍ତ କରିବା ପାଇଁ ଉଭୟ ନେତା ଶକ୍ତିଶାଳୀ ସଂପର୍କ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ପବିତ୍ର ମାୟାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ସମେତ ଲୁମ୍ବିନୀରେ ଥିବା ବୌଦ୍ଧ ମନ୍ଦିର ଗୁଡ଼ିକରେ ଭାରତ ଆନ୍ତର୍ଜାତିକ ବୌଦ୍ଧ ଧର୍ମ ସଂସ୍କୃତି ଓ ପରମ୍ପରା କେନ୍ଦ୍ରର ଶିଳାନ୍ୟାସ ଉତ୍ସବରେ ସେ ଯୋଗ ଦେବେ । ନେପାଳ ସରକାରଙ୍କ ଦ୍ୱାର ଆୟୋଜିତ ବୁଦ୍ଧ ଜୟନ୍ତୀ ଉତ୍ସବରେ ମଧ୍ୟ ଶ୍ରୀ ମୋଦୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ।
ଶ୍ରୀ ମୋଦୀ କହିଛନ୍ତି, ନେପାଳ ସହ ଭାରତର ସମ୍ପର୍କ ଅତି ଉଚ୍ଚକୋଟିର ଏବଂ ଦୁଇ ଦେଶର ସଭ୍ୟତା ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ପଡ଼ୋଶୀ ହେବାର ଗୌରବ ସୃଷ୍ଟି କରିଛି ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ନିବିଡ଼ କରିଛି ।
୨୦୧୪ ମସିହାଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ପଞ୍ଚମ ନେପାଳ ଗସ୍ତ ଓ ପ୍ରଥମ ଲୁମ୍ବିନୀ ପରିଦର୍ଶନ । ପଡ଼ୋଶୀ ପ୍ରଥମେ ନୀତି ଅନୁଯାୟୀ ଭାରତ-ନେପାଳ ମଧ୍ୟରେ ଉଚ୍ଚସ୍ତରୀୟ ଆଦାନପ୍ରଦାନ ଏକ ପରମ୍ପରାରେ ପରିଣତ ହୋଇଛି ଏବଂ ଉଭୟ ଦେଶର ଲୋକମାନେ ଏକାପ୍ରକାର ପରମ୍ପରା ଓ ସଭ୍ୟତା ମଧ୍ୟରେ ବଞ୍ଚୁଥିବାରୁ ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ଉଚ୍ଚସ୍ତରୟ ସମ୍ପର୍କ ଦିନକୁ ଦିନ ମଜବୁତ୍ ହେଉଛି ।
Comments are closed, but trackbacks and pingbacks are open.