ବିଶ୍ୱାସମୁଖ୍ୟ ଖବର ଘରେ ଚୁଟି ପଡିବା , ଶରୀରରେ ଝିଟିପିଟି ପଡିବା ସତ୍ୟତା ଓ ଅନ୍ଧ ବିଶ୍ୱାସ କାହିଁକି ସୃଷ୍ଟି ହୋଇଥିଲା ଏହି ପ୍ରଥା By odishanext Last updated May 30, 2018 0 3,165 Share ବାସ୍ତବରେ ଝିଟିପିଟି ହେଉଛି ଏକ ବିଷାକ୍ତ ଜୀବ। ଶରୀରରେ ଝିଟିପିଟି ପଡ଼ିବା ଝିଟିପିଟି ନା ଶୁଣିଲେ ଅନେକଙ୍କ ମଧ୍ୟରେ ଘୃଣା, ରାଗ ଓ ଭୟ ଭାବ ଜାତ ହୋଇଥାଏ। ଏମିତି କାହାର ଘର ନାହିଁ ଯାହା ଘରେ ଝିଟିପିଟି ନଥିବ। ଶରୀରରେ ଝିଟିପିଟି ପଡ଼ିଲେ ଭବିଷ୍ୟତରେ କିଛି ଅଘଟଣ ଘଟିପାରେ ବୋଲି ଲୋକଙ୍କ ବିଶ୍ୱାସ। ଭାରତୀୟ ଶାସ୍ତ୍ର ଅନୁସାରେ ଶରୀରର କେଉଁ ଅଂଶର ଝିଟିପିଟି ପଡ଼ିଲେ ଶୁଭ କେଉଁଠି ଶତ୍ରୁ ନିକଟରୁ ବର୍ତ୍ତିବା ପାଇଁ ଏହା ଏକ ପ୍ରକାର ବିଷାକ୍ତ ଦ୍ରବ୍ୟ ପାଟିରୁ ଛାଡ଼ିଥାଏ। ଏହାର ପ୍ରଭାବରେ ଶତ୍ରୁ ମରି ଯାଇଥାଏ। ଯଦି ମଣିଷର ଖାଦ୍ୟପଦାର୍ଥ କିମ୍ବା କ୍ଷୀର ଗ୍ଲାସରେ ପଡ଼େ ଏହା ମଧ୍ୟ ବିଷାକ୍ତ ହୋଇଯାଇଥାଏ। ଶରୀରରେ ପଡ଼ିଲେ ଘା’ ହୋଇଯାଇଥାଏ। ଆମର ପୂର୍ବଜ ପ୍ରାୟତଃ ଏହା ଜାଣିପାରି ଝିଟିପିଟିକୁ ଅଶୁଭ ମନେ କରିଥିଲେ, ଯାହା ଏପର୍ଯ୍ୟନ୍ତ ଆମ ସମାଜରେ ପ୍ରଚଳିତ ଅଛି। ମୁଣ୍ଡରୁ ବାଳ ଝଡ଼ିବା ଘର ଭିତରେ ଯଦି ବାଳ ପଡ଼ିଥାଏ ତାହେଲେ ଏହା ଅଶୁଭ ଲକ୍ଷଣ। ଏଥିଯୋଗୁଁ ଘରେ ଗଣ୍ଡଗୋଳ ସୃଷ୍ଟି ହୁଏ। ଘର ଭିତରେ ବାଳଟିଏ ଦେଖିଲେ ପରିବାରର ବରିଷ୍ଠ ସଦସ୍ୟ ଏହାକୁ ଉଠାଇ ନେଇ ବାହାରେ ଫିଙ୍ଗି ଦିଅନ୍ତି। ତେବେ ବାସ୍ତବ କଥା ହେଲା ଘର ଭିତରେ ଯଦି ବାଳ ପଡ଼େ ତେବେ ଏହା ପବନରେ ଉଡ଼ି ଖାଦ୍ୟରେ ପଡ଼ି ଥାଏ, ଯାହା ଶରୀର ପାଇଁ ବିପଦ। ତେଣୁ ଆମର ପୂର୍ବଜ ଘରେ ବାଳ ପଡ଼ିଲେ ଅଶାନ୍ତି ଦେଖାଦେବ ବୋଲି ମାନି ନେଇଥିଲେ। ତେଣୁ ଏପରି ପ୍ରଥା ସୃଷ୍ଟି ହୋଇଥିଲ । 0 3,165 Share