ରାଜ୍ୟର ଦୀର୍ଘତମ ସେତୁର ଉଦ୍‍ଘାଟନ

0 98

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଳାର ବଡ଼ମ୍ବାଗୋପୀନାଥପୁରଠାରେ ମହାନଦୀ ଉପରେ ରାଜ୍ୟର ଦୀର୍ଘତମ ସେତୁର ଉଦ୍‍ଘାଟନ କରିଛନ୍ତି । ୩ କିଲୋମିଟର ୪୦୦ ମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ ଅକ୍ଷର ‘ଟି’ ଭଳି । ଏଥିପାଇଁ ୧୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୪ ମସିହାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହି ସେତୁ ବଡ଼ମ୍ବା-ନରସିଂହପୁରରୁ ବାଙ୍କି-ବୈଦେଶ୍ୱର ସହ ସିଂହନାଦ ମନ୍ଦିରକୁ ସଂଯୋଗ କରୁଛି । ଏହାଦ୍ୱାରା ବଡ଼ମ୍ବାରୁ ବାଙ୍କି ବୈଦେଶ୍ୱରର ଦୂରତ୍ୱ ୪୫ କିଲୋମିଟରର ହ୍ରାସ ପାଇବ ।

ନିକଟସ୍ଥ ଅଞ୍ଚଳର ୫ ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ସୁବିଧା ସହ ସେହି ଅଞ୍ଚଳରେ କୃଷି, ବାଣିଜ୍ୟ ଏବଂ ପର୍ଯ୍ୟଟନର ବିକାଶ ହେବ ବୋଲି କୁହାଯାଇଛି । ଏହି
କାର୍ଯ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ୍‍, ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ବାଙ୍କି ବିଧାୟକ ଦେବୀପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply