ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ

0 190

ଶ୍ରୀମନ୍ଦିର ଐତିହ୍ୟ କରିଡରର ତିନି ଦିନିଆ ଭୂମି ପୂଜନ ଓ ଯଜ୍ଞ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦୋଳବେଦୀ କୋଣ ଉତ୍ତରପାଶ୍ୱର୍ ମଠ ସମ୍ମୁଖରେ ନିମି ର୍ତ ମହାଯଜ୍ଞ ପିଣ୍ଡି ଠାରେ ଗଜପତି ମହାରାଜାଙ୍କ ଦ୍ୱାରାଗତକାଲି ଶ୍ରୀନଅର ଠାରେ ବରଣ ହୋଇଥିବା ୩୨ ଜଣ ବ୍ରାହ୍ମଣଙ୍କ ଦ୍ୱାରା ଏହି ଯଜ୍ଞ କରାଯାଉଛି । ଗଜପତି ମହାରାଜ ଶ୍ରୀଦିବ୍ୟସିଂହ ଦେବ ଯଜ୍ଞ କାର୍ଯ୍ୟ ନିର୍ବାହ କରୁଛନ୍ତି । ଯଜ୍ଞସ୍ଥଳରେ ଆକର୍ଷଣୀୟ ଝୋଟି ସହ ଛଣ ଓ ବାଉଁଶରେ ଘର ତିଆରି କରାଯିବା ସହିତ ଏହାକୁ ଫୁଲରେ ସଜାଯାଇଛି ।

ଏଥିସହ ଶ୍ରୀମନ୍ଦିର ସିଂହଦ୍ୱାର ସମେତ ଅନ୍ୟ ଦ୍ୱାର ସବୁକୁ ମଧ୍ୟ ଫୁଲମାଳରେ ସଜ୍ଜିତ କରାଯାଇଛି । ଆଜି ଓ ଆସନ୍ତାକାଲି ୨ଦିନ ହୋମଯଜ୍ଞ ଅନୁଷ୍ଠିତ ହେବ । ୨୪ ତାରିଖ ସକାଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୂତି ସହିତ ଐତିହ୍ୟ କରିଡର ପ୍ରକଳ୍ପର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ପୂର୍ବ ଦିଗରେ ମେଘନାଦ ପାଚେରୀ କଡରେ ଶିଳା ସ୍ଥାପନ କରାଯିବା ସହିତ ଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ । ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଭକ୍ତଙ୍କ ପରିକ୍ରମା ତଥା ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ପାଇଁ ଏକ ବୃହତ୍‍ ଯୋଜନା ପ୍ରସ୍ତୁତ କରାଯାଇଛି ।

Leave A Reply