ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ମସିହା ନିମନ୍ତେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରଖ୍ୟାତ ପସ୍ତର ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱବିତ୍ ପ୍ରଫେସର ବ୍ରଜବାସୀ ଲାଲ୍ଙ୍କୁ ମଧ୍ୟ ‘ପଦ୍ମବିଭୂଷଣ’ ପ୍ରଦାନ କରାଯାଇଛି ।
ଗୁଜୁରାଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲ୍ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ୍ଙ୍କୁ ମରଣୋତ୍ତର ଭାବେ ‘ପଦ୍ମଭୂଷଣ’ ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଓ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନୃପେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ‘ପଦ୍ମଭୂଷଣ’ ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଡକ୍ଟର ରଜତ କର ଏବଂ ପୂର୍ଣ୍ଣମାସୀ ଜାନିଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି ।
ସାହିତ୍ୟ ଓ କଳା ସଂସ୍କୃତି କ୍ଷେତ୍ରକୁ ଯୋଗଦାନପାଇଁ ଡକ୍ଟର ରଜତ କରଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଆଦିବାସୀ କଳା ସଂସ୍କୃତି ଓ ସମାଜସେବାପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପୁରସ୍କୃତ କରାଯାଇଛି । ସେହିପରି ଗୋଆର ପୂର୍ବତନ ରାଜ୍ୟପାଳ ମୃଦୁଳା ସିହ୍ନାଙ୍କୁ ମରଣୋତ୍ତର ଭାବେ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପୁରସ୍କାର ସମାରୋହରେ ୬୦ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟାରେ ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୧ ମସିହା ନିମନ୍ତେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡ଼ିଶାର ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ‘ପଦ୍ମବିଭୂଷଣ’ ସମ୍ମାନ ପ୍ରଦାନ କରିଛନ୍ତି ।
ଓଡ଼ିଶାର ଡକ୍ଟର ରଜତ କର, ପୂର୍ଣ୍ଣମାସୀ ଜାନି, ଶ୍ରୀମତୀ ଶାନ୍ତି ଦେବୀ ଓ ଶ୍ରୀ ନନ୍ଦ ପୃଷ୍ଟିଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି । ସାହିତ୍ୟ ଓ କଳା ସଂସ୍କୃତି କ୍ଷେତ୍ରକୁ ଯୋଗଦାନପାଇଁ ଡକ୍ଟର ରଜତ କରଙ୍କୁ ପୁରସ୍କୃତ କରାଯାଇଥିବାବେଳେ ଆଦିବାସୀ କଳା ସଂସ୍କୃତି ଓ ସମାଜସେବାପାଇଁ ପୂର୍ଣ୍ଣମାସୀ ଜାନିଙ୍କୁ ପୁରସ୍କୃତ କରାଯାଇଛି । ସେହିପରି
ସମାଜସେବା ପାଇଁ ଶ୍ରୀମତୀ ଶାନ୍ତି ଦେବୀ ଓ ଶିକ୍ଷା କ୍ଷେତ୍ରକୁ ଅବଦାନ ପାଇଁ ଶ୍ରୀ ନନ୍ଦ ପୃଷ୍ଟିଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ୨ଟି ପର୍ଯ୍ୟାୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି ।
ଗତକାଲି ୨୦୨୦ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା । ଧାନ ସଂଗ୍ରହ ବରଗଡ଼ ଜିଲ୍ଳାରୁ ଚଳିତ ମାସ ୨୫ ତାରିଖରୁ ଖରିପ ଧାନ ସଂଗ୍ରହ ଆରମ୍ଭ ହେବ । ରାଜ୍ୟର ସବୁଠାରୁ ଅଧିକ ଧାନ ସଂଗ୍ରହ କରାଯାଉଥିବା ଏହି ଜିଲ୍ଳାରେ ଧାନ ସଂଗ୍ରହକୁ ଶୃଙ୍ଖଳିତ କରିବା ପାଇଁ ଏଥର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ୱ ଦିଆଯାଇଛି । ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ବରଗଡ଼ କୃଷକ ବଜାରଠାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ
ମନିଷା ବାନାର୍ଜୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଚାଷୀ ମାନଙ୍କଠାରୁ ଏଫଏକ୍ୟୁ ମାନର ଧାନ ସଂଗ୍ରହ କରିବା ପାଇଁ କିପରି ଗୁଣମାନ ପରୀକ୍ଷା କରାଯିବ ସେ ଦିଗରେ ତାଲିମ ଦିଆଯାଇଥିଲା । ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ, ନିୟନ୍ତ୍ରୀତ ବଜାର କମିଟି ସଂପାଦକ ଦୂର୍ଗା ପ୍ରସାଦ ଛୁରିଆ ଙ୍କ ସମେତ ମିଶନ ଶକ୍ତି, ସମବାୟ, ଯୋଗାଣ ଆଦି ବିଭାଗର ଅଧିକାରୀ ଗଣ ତାଲିମ ପ୍ରଦାନ କରିଥିଲେ ।
ପ୍ରଥମେ ଅତାବିରା ମଣ୍ଡି ଖୋଲାଯିବ । ଚଳିତ ବର୍ଷ ବରଗଡ଼ ଜିଲ୍ଳାରେ ୧ ଲକ୍ଷ ୩୬ ହଜାର ୬୧୪ ଜଣ ଚାଷୀ ଧାନ ବିକ୍ରୀ ସକାଶେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି ।