ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ ବିଭିନ୍ନ ବସ୍ତୁର ପ୍ରଭାବ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ବସ୍ତୁ ନିଜ ବାସ ଗୃହରେ ରଖିଲେ ଏହାର ସୁଫଳ ମିଳିଥାଏ । ନିଜ ଜନ୍ମ ତାରିଖ ଅନୁସାରେ ବି ବାସ୍ତୁ ଦ୍ରବ୍ୟ ରହିଛି । ତେବେ କିପିର ଜାଣିବେ କେଉଁ ଜିନିଷ ରଖିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ଦିଗର ସମ୍ବନ୍ଧ ଗ୍ରହମାନଙ୍କ ସହ ରହିଥାଏ । ଜନ୍ମ ତାରିଖ ଅନୁସାରେ ଘରେ କେଉଁ ଜିନିଷ ରଖିଲେ ସୁପ୍ରଭାବ ଜୀବନ ଉପରେ ପଡେ ସେ ବିଷୟରେ ସହଜରେ ଜାଣି ହେବ । ତେବ ଆସନ୍ତୁ ଜାଣିବା, ବାସ୍ତୁଶାସ୍ତ୍ର ଓ ଆପଣଙ୍କ ଜନ୍ମ ତାରିଖରୁ ଆମେ ବ୍ୟକ୍ତି ବିଷୟରେ ଅନେକ କଥା ଜାଣିପାରୁ । ସେହିପରି ଜନ୍ମ ତାରିଖରେ କିଛି ଏପରି ବସ୍ତୁକୁ ଘରେ ରଖିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଏହାଦ୍ୱାରା ଆପଣଙ୍କ ଜୀବନରେ ମଧ୍ୟ ଅନେକ ସୁଫଳ ମିଳିଥାଏ । ଆସନ୍ତୁ ଜାଣିବା ନିଜ ଜନ୍ମ ତାରିଖରୁ କେଉଁ ଜିନିଷ ଘରେ ରଖିବା ଉଚିତ । କିନ୍ତୁ ଏଥିପାଇଁ ଏକ ସାଧାରଣ ଗଣିତ କରିବାକୁ ପଡିବ । ଏହା ଅତି ସହଜ । ଆପଣ ନିଜର ଜନ୍ମ ତାରିଖର ଏକକ ସଂଖ୍ୟା ସଂଖ୍ୟା ବାହାର କରିବାକୁ ପଡିବ । ୧ ତାରିଖରୁ ୯ ତାରିଖ ହେଲେ କିଛି ଅସୁବିଧା ନାହିଁ । ଯଦି ଆପଣଙ୍କ ଜନ୍ମ ତାରିଖ ୧୧ ତାହେଲେ ଆପଣଙ୍କ ମୂଲ୍ୟାଙ୍କନ ୧ ଯୁକ୍ତ ୧=୨, ଯଦି ଆପଣଙ୍କ ଜନ୍ମ ତାରିଖ ୨୯ ତେବେ ଆପଣଙ୍କ ମୂଲ୍ୟାଙ୍କନ ୨ଯୁକ୍ତ୯=୧୧, ତାପରେ ତାକୁ ଏକକ ସଂଖ୍ୟା ବିଶିଷ୍ଟ କରିବା ପାଇଁ ୧ଯୁକ୍ତ୧=୨ ଏପରି କରିବାକୁ ହେବ ।
୧ ସଂଖ୍ୟା ଥିବା ବ୍ୟକ୍ତିମାନଙ୍କର ଶୁଭ ଦିଗ ହେଉଛି ପୂର୍ବ । ପୂର୍ବ ହେଉଛି ସୂର୍ଯ୍ୟଙ୍କ ପ୍ରିୟ ଦିଗ । ୧ ସଂଖ୍ୟା ଥିବା ବ୍ୟକ୍ତି ପୂର୍ବ ଦିଗରେ ବଂଶୀ ରଖନ୍ତୁ ।
୨ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପଶ୍ଚିମ ଦିଗରେ ଧଳା ରଙ୍ଗର କୌଣସି ଘର ସଜାଇବା ବସ୍ତୁ କିମ୍ବା ଧଳା ରଙ୍ଗର କଇଁଛ ମୂର୍ତ୍ତି ରଖନ୍ତୁ । ସୁଫଳ ପାଇବେ ।
୩ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ । ନିଶ୍ଚୟ ଶୁଭଫଳ ପାଇବେ ।
୪ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଦକ୍ଷିଣ-ପଶ୍ଚିମ ଦିଗରେ ଯେକୌଣସି କାଚର ଦ୍ରବ୍ୟ ରଖନ୍ତୁ । ଅନେକ ଶୁଭ ଫଳ ପ୍ରାପ୍ତି ହେବ ।
୫ ସଂଖ୍ୟା ହେଉଥିବା ବ୍ୟକ୍ତିମାନେ ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ମୂର୍ତ୍ତି ରଖନ୍ତୁ । ସୁଫଳ ମିଳିବ । ଏବଂ ଏହାଦ୍ୱାର ଧନପ୍ରାପ୍ତି ମଧ୍ୟ ହୋଇଥାଏ ।
୬ ସଂଖ୍ୟା ହେଉଥିବା ବ୍ୟକ୍ତି ଦକ୍ଷିଣ-ପୂର୍ବ ଦିଗରେ ମୟୂର ପଙ୍ଖ ରଖନ୍ତୁ । ସକରାତ୍ମକ ପ୍ରଭାବ ବୃଦ୍ଧି ପାଇବା ସହ ଘରର ପରିବେଶ ଶୁଦ୍ଧ ରହିଥାଏ ।ା
୭ ସଂଖ୍ୟା ହେଉଥିବା ବ୍ୟକ୍ତି ଉତ୍ତର-ପୂର୍ବ ଦିଗରେ ରୁନ୍ଦ୍ରାକ୍ଷ ରଖନ୍ତୁ । ରୁନ୍ଦ୍ରାକ୍ଷ ହେଉଛି ଭଗବାନ ଶିବଙ୍କର ପ୍ରିୟ । ତେଣୁ ଏହା ଘରେ ରଖିବା ଦ୍ୱାର ଯେକୌଣସି କଷ୍ଟସାଧ୍ୟ କାମରେ ଉନ୍ନତି କରିପାରିବେ ।
୮ ସଂଖ୍ୟା ହେଉଥିବା ବ୍ୟକ୍ତି ନିଜ ଘରର ପଶ୍ଚିମ ଦିଗରେ ମାଛ ଆକ୍ୟାରିୟମ୍ ରଖନ୍ତୁ । ସୁଫଳ ପାଇବେ ।
୯ ସଂଖ୍ୟା ହେଉଥିବା ବ୍ୟକ୍ତି ଘରର ଦକ୍ଷିଣ ଦିଗରେ ପିରାମିଡ଼ ରଖନ୍ତୁ । ଏହାଦ୍ୱାର ସକରାତ୍ମକ ପ୍ରଭାବ ବୃଦ୍ଧି ପାଇବ ।