ଆମ ସନାତନ ସଂସ୍କୃତିରେ ଶ୍ରୀମଦ ଭଗବତ ଗୀତା ହେଉଛି ସବୁଠାରୁ ପବିତ୍ର ଧର୍ମଗ୍ରନ୍ଥ । ଏହା ସ୍ୱୟଂ ଭଗବାନଙ୍କ ମୁଖନିସୃତ ବାଣୀ ବୋଲି ବିଶ୍ୱାସ କରାଯାଏ । ଭଗବାନଙ୍କ ବାଣୀ ହୋଇଥିବାରୁ ଏହାର ପ୍ରତିଟି ପଦ ଚରମ ସତ୍ୟ ବୋଲି ବିଶ୍ୱାସ କରାଯାଏ । ଏବେ ବୈଜ୍ଞାନିକମାନେ ମଧ୍ୟ ଏହାକୁ ମାନିଛନ୍ତି ।
ଗୀତାରେ ଭଗବାନ କହିଛନ୍ତି ଯେ
ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକଃ ।
ନ ଚୈନଂ କ୍ଲେଦୟନ୍ତାପୋ ନ ଶୋଷୟନ୍ତି ମାରୁତଃ । ।
ଅର୍ଥାତ ଆତ୍ମାକୁ ଶସ୍ତ୍ର କାଟି ପାରିବନାହିଁ, ଅଗ୍ନି ଦହନ କରିପାରିବ ନାହିଁ, ଜଳ ନଷ୍ଟ କରିପାରିବ ନାହିଁ ଓ ବାୟୁ ଶୁଖାଇପାରିବ ନାହିଁ ।
ଆହୁରି ମଧ୍ୟ କୁହାଯାଇଛି
ବାସାଂସି ଜିର୍ଣ୍ଣାନି ଯଥା ବିହାୟ ନବାନି ଗୃହରାଣି ନରୋପରାଣ ।
ତଥା ଶରୀରାଣି ବିହାୟ ଜିର୍ଣାନ୍ୟନାନି ସଂୟାତି ନବାନି ଦେହି । ।
ଏହାର ଅର୍ଥ ହେଉଛି ବ୍ୟକ୍ତଜି ଯେପରି ପୁରୁଣା ପୋଷାକ ବଦଳାଇ ନୂଆ ପୋଷାକ ପିନ୍ଧେ,ଆତ୍ମା ସେପରି ପୁରୁଣା ଶରୀର ତ୍ୟାଗ କରି ନୂଆ ଶରୀରକୁ ଗ୍ରହଣ କରେ ।
ଆଜିକାଲି ବୈଜ୍ଞାନିକମାନେ ଆତ୍ମାର ଏହି ପ୍ରକୃତିକୁ ସତ୍ୟ ବୋଲି କହିଲେଣି । ବୈଜ୍ଞାନିକମାନଙ୍କ ମତରେ ଜୀବର ମୃତ୍ୟୁ ସହିତ ଆତ୍ମାର ବିନାଶ ହୁଏ ନାହିଁ । ଆମେରିକାର ଦୁଇଜଣ ଭୌତିକ ବୈଜ୍ଞାନିକ ଡଃ ଷ୍ଟୁଆର୍ଟ ହାମେରଫ ଓ ଗଣିତ ଭୌତିକ ବୈଜ୍ଞାନିକ ସାର ରୋଜର ପେନରୋଜଙ୍କ ଦ୍ୱାରା ଏ କ୍ଷେତ୍ରରେ କରାଯାଇଥିବା ଗବେଷଣା କେତେକ ଚମକପ୍ରଦ ତଥ୍ୟ ମିଳିଛି । ଏହି ଦୁଇ ବୈଜ୍ଞାନିକ କହିଛନ୍ତି ଯେ ମନୁଷ୍ୟର ମସ୍ତିଷ୍କ ଏକ ଜୈବ କମ୍ୟୁଟର ପରି ଏବଂ ମନୁଷ୍ୟର ଚେତନା ହେଉଛି ଏଥିରେ ଥିବା ପ୍ରୋଗ୍ରାମ । ଆମ ମସ୍ତିଷ୍କ ଭିତରେ ଥିବା ଏକ କ୍ୱାଣ୍ଟମ କମ୍ପ୍ୟୁଟର ଏହି ପ୍ରୋଗ୍ରାମକୁ ଚଳାଉଛି ।
ଏହି ବୈଜ୍ଞାନିକ ଦ୍ୱୟ କହିଛନ୍ତି ଯେ ମସ୍ତିଷ୍କ କୋଷରେ ଥିବା ମାଇକ୍ରୋ-ଟ୍ୟୁବୁଲ୍ସ ମଧ୍ୟରେ ହିଁଆମର ଆତ୍ମା ରହିଥାଏ । ଏହି ପ୍ରକ୍ରିୟାକୁ ଅର୍ଚେଷ୍ଟ୍ରେଟେଡ ଅବଜେକଫିଭ୍ ରିଡକ୍ସନ ବା ଅର୍କ-ଓର ବୋଲି କୁହାଯାଏ । ଯେତେବେଳେ ମଣିଷର ହୃଦ ସ୍ପନ୍ଦନ ବନ୍ଦ ହୋଇଯାଏ, ରକ୍ତ ସଂଚାଳନ ବନ୍ଦ ହୋଇଯାଏ, ମସ୍ତିଷ୍କ ବି କାମ କରିବା ବନ୍ଦ କରିଦିଏ । ଏହି ସମୟରେ ମସ୍ତିଷ୍କରେ ଥିବା ମାଇକ୍ରୋ-ଟ୍ୟୁବୁଲ୍ସ ନିଜର କ୍ୱାଣ୍ଟମ ସ୍ଥିତି ହରାଏ । ଏହାକୁ ଆମେ ମୃତ୍ୟୁ ବୋଲି କହୁ । କିନ୍ତୁ ମାଇକ୍ରୋ-ଟ୍ୟୁବୁଲ୍ସ ମଧ୍ୟରେ ପୂର୍ବର ସମସ୍ତ ସୂଚନା ରହିଥାଏ, ତାହା ନଷ୍ଟ ହୁଏ ନାହିଁ ବା ତାହାକୁ ନଷ୍ଟ କରାଯାଇପାରିବ ନାହିଁ । ଜଣେ ଯଦି ଏହି ମୃତ୍ୟୁ ପ୍ରାୟ ଅବସ୍ଥାରୁ ଫେରିଆସିଲା ବା ପୁଣି ଆରୋଗ୍ୟ ହୋଇଗଲା, ଏହି ମାଇକ୍ରୋ-ଟ୍ୟୁବୁଲ୍ସ ଗୁଡିକ ନିଜର ପୂର୍ବ ଅବସ୍ଥାକୁ ଫେରିଆସନ୍ତି । କିନ୍ତୁ ଜଣେ ଯଦି ଫେରି ପାରିଲା ନାହିଁ ତାହାକୁ ମୃତ୍ୟୁ ବୋnଲି କୁହାଯାଏ । ମୃତ୍ୟୁ ପରେ ମାଇକ୍ରୋ-ଟ୍ୟୁବୁଲ ମହାଶୂନ୍ୟରେ ମିଳାଇ ଯାଏ । ଡଃ ହାମେରଫଙ୍କ ମତରେ ମଣିଷର ମସ୍ତିଷ୍କରେ ଥିବା ଏହି ମାଇକ୍ରୋ ଟ୍ୟୁବୁଲରେ ଥିବା ଆତ୍ମା ସୃଷ୍ଟି ଆରମ୍ଭରୁ ହିଁ ଅଛି ଏହା ଆଗକୁ ରହିବ । ସାଇନ୍ସ ଚ୍ୟାନେଲର କାର୍ଯ୍ୟକ୍ର ଥ୍ରୁ ଦ ୱାର୍ମହୋଲରେ ଏ ସଂପର୍କରେ ସ୍ୱତନ୍ତ୍ର ଭାବେ ବର୍ଣ୍ଣନା କରାଯାଇଛି ।