ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୭୩ ଲକ୍ଷ ୫ ହଜାରରୁ ଊଦ୍ଧ୍ୱର୍ ଡୋଜ ଟିକା ନେଇଛନ୍ତି ।
ରାଜ୍ୟରେ ରବିବାର ସୁଦ୍ଧା ୩ କୋଟି ୫୪ ଲକ୍ଷ ୪୮ ହଜାର ୫୯୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ଆଜି ଅପରାହ୍ଣ ସୁଦ୍ଧା ୮୯ ହଜାର ୯୩୦ ଜଣ ଏହି ଟିକା ନେଇଛନ୍ତି । ୨ କୋଟି ୪୯ ଲକ୍ଷ ୧୧ ହଜାର ୩୬୩ ଜଣ ପ୍ରଥମ ଡୋଜ୍ ଟିକା ନେଇଥିବାବେଳେ ୧ କୋଟି ୫ ଲକ୍ଷ ୩୭ ହଜାର ୨୨୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ୧ ହଜାର ୫୯୨ଟି ଟିକାକରଣ କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯାଇଛି ।
କୋ-ୱିନ୍ ପୋର୍ଟାଲରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୧ କୋଟି ୯୦ ଲକ୍ଷ ୯୬ ହଜାର ୩୨୧, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୯୯ ଲକ୍ଷ ୪୪ ହଜାର ୨୮୯ ଜଣ ଏବଂ ୬୦ ବର୍ଷରୁ ଊଦ୍ଧ୍ୱର୍ ୬୪ ଲକ୍ଷ ୭ ହଜାର ୯୮୧ ଜଣଙ୍କୁ ଟିକା ଦିଆଯାଇଛି ।
ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଟିକାକରଣ କରାଯାଇଛି । ସେଠାରେ ୨୧ ଲକ୍ଷ ୮୪ ହଜାର ୧୮୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧୫ ଲକ୍ଷ ୬୯ ହଜାର ୪୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।