ନୂଆଦିଲ୍ଲୀ — ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚୀତ ଜାତି ଓ ଉପଜାତି ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆଉ ୧୦ ବର୍ଷ ବୃଦ୍ଧି କରାଯାଇଛି । ଏ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍ ଗତକାଲି ସଂସଦର ଅନୁମୋଦନ ଲାଭ କରିଛି । ବିଲ୍ ଅନୁଯାୟୀ ଏହି ସଂରକ୍ଷଣ ବ୍ୟବସ୍ଥା ୨୦୩୦ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
ଆଲୋଚନାର ଉତ୍ତରରେ ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଅନୁସୂଚୀତ ଜାତି ଓ ଉପଜାତି ବର୍ଗର କଲ୍ୟାଣ ପାଇଁ ଏନ୍.ଡି.ଏ. ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଅନୁସୂଚୀତ ଜାତି ଏବଂ ଉପଜାତି ବର୍ଗର ଲୋକେ କ୍ଷମତାପନ୍ନ ହେବା ସହ ବିଭିନ୍ନ କ୍ଷେତ୍ରରେ ଦେଶର ସେବା କରିବାକୁ ସୁଯୋଗ ପାଇଛନ୍ତି ।