ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇବ

0 619

ଭୁବନେଶ୍ୱର -ଦେଶର ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର କେତେକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇବ । ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ପର୍ଯ୍ୟଟନମନ୍ତ୍ରୀ ସମ୍ମିଳୀରେ ଆଜି ସୂଚନା ଦେଇଛନ୍ତି ।

୨୦୧୯-୨୦ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡିଶାରେ ଗୋଟିଏ ବି ସ୍ଥାନ ସାମିଲ ହୋଇପାରି ନ ଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‍ବେଗ ଦେଖାଦେଇଥିଲା । କିନ୍ତୁ ପୂର୍ବରୁ ଓଡିଶାର ଦସ୍ତାବିଜ୍‍ର ଅଭାବ ଥିବାରୁ ଏହି ମାନ୍ୟତା ମିଳି ନ ଥିଲା । ଏବେ ପୁରୀ ଓ କୋଣାର୍କ ଏପରି ସ୍ଥାନ ଯାହା ଏହି ଆଦର୍ଶ ଐତିହ୍ୟ ସ୍ଥଳୀର ମାନ୍ୟତା ପାଇବା ଜରୁରୀ ଏବଂ ଏହାକୁ କେହି ଅଣଦେଖା କରି ପାରିବେ ନାହିଁ ବୋଲି ଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି ।
ଚଳିତ ଆର୍ଥିକ ବର୍ଷରେ ଦେଶର ୧୭ଟି ଆଦର୍ଶ ଐତିହ୍ୟ ସ୍ଥଳୀ ତାଲିକାରେ ତାଜମହଲ, ଫତେପୁରସିକ୍ରି, ଅଜନ୍ତା-ଏଲୋରା, ହୁମାୟୁନ୍‍ ଟମ୍ବ ଓ ଲାଲକିଲ୍ଲା ପରି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଥିଲା । କିନ୍ତୁ ଓଡିଶାର କୌଣସି ପର୍ଯ୍ୟଟନସ୍ଥଳୀକୁ ଆଦର୍ଶ ଐତିହ୍ୟ ସ୍ଥଳୀ ମାନ୍ୟତା ମିଳି ନ ଥିଲା ।

Leave A Reply