ରାଜ୍ୟରେ ଗତ ବର୍ଷ କେତେ ହୋଇଛି କେଉଁ ଅପରାଧ ଜାଣନ୍ତୁ

0 588

ଭୁବନେଶ୍ୱର . – ରାଜ୍ୟ ଗୃହବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ଶ୍ୱେତପତ୍ର ପ୍ରକାଶ କରାଯାଇଛି । ଏହି ଶ୍ୱେତପତ୍ର ଅନୁଯାୟୀ ଗତବର୍ଷ ରାଜ୍ୟରେ ୧ହଜାର ୩୭୮ଟି ହତ୍ୟା ଏବଂ ୨ହଜାର ୫୦୨ଟି ବଳାତ୍କାର ମାମଲା ପଞ୍ଜିକୃତ ହୋଇଛି । ଏହି ହତ୍ୟା ମାମଲାଗୁଡ଼ିକ ମଧ୍ୟରୁ ମୋଟ୍‍ ୬୪୫ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।

ସେହିଭଳି ୧ହଜାର ୫୨୬ଟି ବଳାତ୍କାର ମାମଲାରେ ମଧ୍ୟ ଚାର୍ଜସିଟ୍‍ ଦାଖଲ ହୋଇଛି । ଏହି ସମୟ ମଧ୍ୟରେ ୧୯ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩୯ ଗିରଫ ହୋଇଛନ୍ତି ଏବଂ ୨୭ଜଣ ଆତ୍ମସମର୍ପଣ କରିଛନ୍ତି । ତେବେ ମାଓବାଦୀ କାର୍ଯ୍ୟକଳାପ ରାଜ୍ୟରେ ନିୟନ୍ତ୍ରଣରେ ରହିଛି ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି । ୨୦୧୮ ମସିହାରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୩୩ଥର ଗୁଳିଚାଳନା କରାଯାଇଛି । ଆସନ୍ତାକାଲି ବିଧାନସଭାରେ ଗୃହବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଗତକାଲି ବିଭାଗ ପକ୍ଷରୁ ଶ୍ୱେତପତ୍ର ପ୍ରକାଶ କରାଯାଇଛି ।

Leave A Reply