ସନ୍ଧ୍ୟା ୬ଟାରେ ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥିତ ରୁହନ୍ତୁ ବିଦ୍ରୋହୀ ବିଧାୟକ: ସୁପ୍ରିମକୋର୍ଟ

0 977

ନୂଆଦିଲ୍ଲୀ: କର୍ଣ୍ଣାଟକର ୧୦ ଜଣ ବିଦ୍ରୋହୀ ବିଧାୟକଙ୍କ ଆବେଦନ ଶୁଣାଣୀ କରି ସୁପ୍ରିମକୋଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି, ନିଜର ଇସ୍ତଫାର ନିଷ୍ପତ୍ତି ସଂପର୍କିତ ସୂଚନା ଗୁରୁବାର ସନ୍ଧ୍ୟା ୬ଟା ମଧ୍ୟରେ ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥିତ ରହି କୁହନ୍ତୁ । ଏହା ପରେ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଆଜି ହିଁ ଇସ୍ତଫା ନେଇ ନିଷ୍ପତ୍ତି ନିଅନ୍ତୁ । ସୁପ୍ରିମକୋର୍ଟରେ ଶୁକ୍ରବାର ବାଚସ୍ପତିଙ୍କର ଆଦେଶର ନକଲ ଦାଖଲ କରାଯିବ । ଏହି ମାମଲାରେ ଆଗାମୀ ଶୁଣାଣୀ ଶୁକ୍ରବାର ହେବ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟ କର୍ଣ୍ଣାଟକର ଡିଜିପିଙ୍କ ସହିତ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ କ୍ଷମତାସୀନ କଂଗ୍ରେସ-ଜେଡିଏ ମେଣ୍ଟ ସରକାରକୁ ବଡ଼ ଝଟକା ଲାଗିଛି । ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଆବେଦନକାରୀଙ୍କ ଅଭିଯୋଗ ଥିଲା ଯେ, ମୁଖ୍ୟମନ୍ତ୍ରୀ ଅଳ୍ପମତରେ ଅଛନ୍ତି ଏବଂ ଅନାସ୍ଥା ପ୍ରସ୍ତାବ ହାସଲ କରିବାକୁ ମନା କରୁଛନ୍ତି । ଆବେଦନକାରୀମାନେ ସମ୍ବିଧାନରେ ପ୍ରଦତ୍ତ ଗଣତାନ୍ତ୍ରିକ ସିଦ୍ଧାନ୍ତର ରକ୍ଷା ପାଇଁ ନିଜର ଅସାଧାରଣ ଅଧିକାରକୁ କ୍ରିୟାନ୍ୱିତ କରିବାକୁ ଦାବି କରିଥିଲେ ।

ସୁପ୍ରିମକୋର୍ଟ ଦ୍ୱାରା କଂଗ୍ରେସ-ଜେଡିଏସର ୧୦ ଜଣ ବିଦ୍ରୋହୀ ବିଧାୟକଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଉପରେ ଗୁରୁବାର ଶୁଣାଣୀ ହୋଇଛି । ଶୁଣାଣୀ ସମୟରେ ସୁପ୍ରିମକୋର୍ଟ କହିଛନ୍ତି,୧୦ ଜଣ ବିଧାୟକ ଆଜି ୬ଟାରେ କର୍ଣ୍ଣାଟକ ବିଧାନସଭା ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ସଂପର୍କରେ ଅବଗତ କରାନ୍ତୁ । ଏହା ପରେ ମୁମ୍ବାଇରୁ ବିଦ୍ରୋହୀ ବିଧାୟକମାନେ ବେଙ୍ଗାଲୁରୁ ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସମସ୍ତ ବିଧାୟକ ଆଜି ଅପରାହ୍ଣ ୨ଟା ୩୦ରେ ବେଙ୍ଗାଲୁରୁ ଗସ୍ତ କରିପାରନ୍ତି ।

Leave A Reply