ଖୋଲିଲା ଶ୍ରୀଦେବୀଙ୍କର ମୃତ୍ୟୁ ରହସ୍ୟ

0 545

ଶ୍ରୀଦେବୀଙ୍କର ସ୍ୱାମୀ ବୋନି ଯାଇଥିଲେ ସରପ୍ରାଇସ୍‌ ଦେବାକୁ ହେଲେ ତାଙ୍କ ମୃତ୍ୟୁରେ ଏବେ ସମସ୍ତେ ସରପ୍ରାଇସରେ

ଦୁବାଇ(ଓଡିଶା ନେକ୍ସଟ୍‌) ବଲିଉଡ୍‌ର ଚାନ୍ଦନୀ , ହାଓ୍ୱା ହାଓ୍ୱାଇ ତଥା ପ୍ରଥମ ସୁପରଷ୍ଟାର ମହିଳା ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁବାଇରେ ଆକସ୍ମିକ ଦେହାନ୍ତ ହୋଇଥିଲା । ଏହାକୁ କେହି ସହଜରେ ଗ୍ରହଣ କରି ପାରି ନ ଥିଲେ । ହୃଦଘାତରେ ମୃତ୍ୟୁ ହୋଇଥିବା ସମସ୍ତେ କହିଥିଲେ । ହେଲେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିଛି । ବାଥ ଟବ୍‌ରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ଶବ ବ୍ୟବଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । କେବଳ ସେତିକି ନୁହେଁ ତାଙ୍କ ରକ୍ତ ନମୁନାରେ ଆଲକହଲ୍‌ ଥିବା କଥା ଦୁବାଇର ଖିଲିଜୀ ଟାଇମସ୍‌ରେ  ଖବର ପ୍ରକାଶିତ ହୋଇଛି ।

ଏହାକୁ ନେଇ ଦୁବାଇ ପୁଲିସ ଶ୍ରୀଦେବୀଙ୍କର ପତି ବୋନି କାପୁରଙ୍କୁ ପଚାରା ଉଚରା କରି ପାରେ ।

ଶ୍ରୀ ଦେବୀ ଏକ ବିବାହ ଉତ୍ସବରେ ଯୋଗ ଦେବା ପରେ ଏକୁଟିଆ ଦୁବାଇର ହୋଟେଲ୍‌ରେ ରହିଥିଲେ । ତାଙ୍କ ସ୍ୱାମୀ ବୋନି କାପୁର ଝିଅ ଖୁସୀକୁ ଛାଡିବା ପାଇଁ ମୁମ୍ବାଇ ଚାଲି ଆସିଥିଲେ । ପରେ ବୋନି ପୁଣି ଦୁବାଇ ଯାଇ ଶ୍ରୀଦେବୀଙ୍କୁ ସପପ୍ରାଇସ୍‌ ଦେବା ପାଇଁ ଚେଷ୍ଟା କରିଥିଲେ ବୋଲି ଜଣାଇଛନ୍ତି । ହେଲେ ଶ୍ରୀଦେବୀଙ୍କର ମୃତ୍ୟୁ ସମସ୍ତଙ୍କୁ ସରପ୍ରାଇସ୍‌ କରି ଦେଇଛି । ୫୪ ବର୍ଷୀୟ ଏହି କାଳାକାରଙ୍କର ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି । ବୋନି ଯାଇ ଶ୍ରୀଦେବୀଙ୍କୁ ନିଦରୁ ଉଠାଇଥିଲେ । ରାତ୍ର ଭୋଜନ ବା ଡିନରକୁ ଯିବା ପାଇଁ କହିଥିଲେ । ଏହାପରେ ଶ୍ରୀଦେବୀ ଟିକେ ଫ୍ରେସ ହୋଇ ଆସୁଛି କହି ବାଥରୁମ୍‌କୁ ଯାଇଥିଲେ । ବାଥରୁମ୍‌ରୁ ବାହାରିବାରେ ବିଳମ୍ବ ହେବାରୁ ବୋନି ଦୁଆରକୁ ଠେଲି ଖୋଲିଥିଲେ । ହେଲେ ସେ ବାଥଟବ୍‌ରେ ଚେତା ହରାଇ ପଡିଥିବା ଦେଖଥିଲେ। ଏହପରେ ସେ ଦୁବାଇରେ ଥିବା ଅନ୍ୟ ବନ୍ଧୁମାନଙ୍କୁ ଡାକି ତୁରନ୍ତ ଡାକ୍ତରଖାନାକୁ ଯାଇଥିଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ରାତି ୯ ଟା ସମୟରେ ଏହା ଘଟିଥିବା ବେଳେ ୧୧ ଟା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହାପରେ ପ୍ରଚାର ହୋଇଥିଲା ଶ୍ରୀଦେବୀ ହୃଦକ୍ରିୟା ବନ୍ଦ ହେବାରୁ ମୃତ୍ୟୁ ବରଣ କରିଛନ୍ତି ମାତ୍ର ସହଜରେ କେହି ଏହାକୁ ଗ୍ରହଣ କରି ପାରି ନ ଥିଲେ । ଶବ ବ୍ୟବଛେଦ ରିପୋର୍ଟରୁ  ସେ ବାଥ ଟବରେ ପଡି ପାଣି ପିଇ ଦେବାରୁ ଏବଂ ଫୁସ୍‌ଫୁସ୍‌ରେ ପାଣି ପଶି ଶ୍ୱାସକ୍ରିୟା ବନ୍ଦ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ଏହାପରେ ଲୋକଙ୍କର ଆହୁରି ଆଶଙ୍କା ବଢି ଯାଇଛି । ଏକ ବାଥ ଟବ୍‌ରେ ଜଣେ ପଡି କ’ଣ ମରିପାରେ । ତେବେ ଦୁବାଇ ପୁଲିସକୁ ଏବେ ଏହି ମାମଲା ହସ୍ତାନ୍ତର କରାଯାଇଛି । ପଲିସକୁ ଆଉ ଏକ କ୍ଲିଅରାନ୍ସ ମିଳିବା ପରେ ଶ୍ରୀଦେବୀଙ୍କର ପାର୍ଥିବ ଶରୀର ଭାରତ ଆସି ପାରିବ ।  ତାଙ୍କ ପାର୍ଥିବ ଶରୀର ଭାରତ ଆଣିବା ପାଇଁ ମୁକେଶ ଅମ୍ବାନୀ ନିଜର ବ୍ୟକ୍ତି ଗତ ବିମାନ ପଠାଇଛନ୍ତି । ଦୁଇ ଦିନ ହେବ ଏହା ଦୁବାଇ ବିମାନ ବନ୍ଦରରେ ଅଛି । ହେଲେ ଏବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ଆହୁରି ଜଟିଳ ହୋଇଯାଇଛି । ମୁମ୍ବାଇର ପବନ ହଂସ ଶ୍ମଶାନରେ ଶେଷକୃତ୍ୟ ହେବା ପାଇଁ ନିଷ୍ପତି ନିଆଯାଇଛି । ହେଲେ ଅପେକ୍ଷା ଦୁବାଇ ପୁଲିସର ପରିବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ।

 

 

Leave A Reply