ମାତ୍ର ୧ ଟଙ୍କାରେ ମିଳିବ ଅନରର ଏହି ୩ଟି ସ୍ମାର୍ଟଫୋନ ! କିପରି ଜାଣନ୍ତୁ
ନୂଆଦିଲ୍ଲୀ : ଆଗକୁ ଦଶହରା ଅଛି । ସ୍ମାର୍ଟଫୋନ କମ୍ପାନି ଅନର ମଧ୍ୟ ଏକ ଆକର୍ଷଣୀୟ ଅଫର ଅନର ଦଶହରା ସେଲ ଘୋଷଣା କରିଛି । ଏହା ଅକ୍ଟୋବର ୧୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଚାଲିବ । ଏହି ସେଲ ଅଧିନରେ କମ୍ପାନି ନିଜର ହାଣ୍ଡସେଟଗୁଡିକ ଉପରେ ଆକର୍ଷଣୀୟ ରିହାତି ଓ ଗିଫ୍ଟ କୁପନ ପ୍ରଦାନ କରୁଛି । କିନ୍ତୁ ସବୁଠାରୁ ଆକର୍ଷଣୀୟ ଅଫର ହେଉଛି ମାତ୍ର ୧ ଟଙ୍କାରେ ଅନର-୮ ପ୍ରୋ (ମୂଲ୍ୟ ୨୯,୯୯୯ ଟଙ୍କା) ମିଳିବ । ଆସନ୍ତା ୧୨ ତାରିଖ ଦିନ ୧୧ଟା ୪୫ରେ ଏହା ମିଳିବ । କମ୍ପାନିର ଆଉ ଏକ ସ୍ମାର୍ଟଫୋନ ଅନର ୭ଏ ମଧ୍ୟ ମାତ୍ର ୧ ଟଙ୍କାରେ ମିଳିବ । ଏହା ୯ ତାରିଖ ଦିନ ୧୧ଟା ୪୫ରେ ଏହା ମିଳିବ । କମ୍ପାନିର ଫିଟନେସ ବ୍ୟାଣ୍ଡ ଅନର ବ୍ୟାଣ୍ଡ-୩ ମଧ୍ୟ ୧୫ ତାରିଖ ଦିନ ସେହି ସମୟରେ ମାତ୍ର ୧ ଟଙ୍କାରେ ମିଳିବ । ତେବେ ସୀମିତ ଷ୍ଟକ ପାଇଁ ଏହି ଅଫରଟି ଖୋଲା ରହିବ । ଆପଣ ବି ଭାଗ୍ୟଶାଳୀ ଥିଲେ ପାଇପାରିବେ । https://www.hihonor.com/in ଓ୍ଵବସାଇଟରେ ଏହା ମିଳିପାରିବ ।