ଭୁବନେଶ୍ୱର: ପଶ୍ଚିମବଙ୍ଗର ପଶ୍ଚିମ ଓ ଉତ୍ତର ବଙ୍ଗୋପସାଗରର ସୃଷ୍ଟ ଘୁର୍ଣ୍ଣିବଳୟ ଯୋଗୁଁ ଓଡିଶାରେ ବର୍ଷା ସମ୍ଭାବନା । ବୁଧବାର ଓ ଗୁରୁବାରରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହାର ପ୍ରଭାବରେ ବର୍ଷା ହେବାର ଅଛି ।
ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କନ୍ଧମାଳ ଜିଲାରେ ଏହାର ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସାତ ତାରଖ ପର୍ଯ୍ୟନ୍ତ ବର୍ଷାଲାଗି ରହିବ । ଏହାପରେ ଲଘୁଚାପ ଦୁର୍ବଳ ହୋଇଯିବ ବୋଲି ସୂଚନା ମିଳିଛି ।