ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ୨୦୨୪ ୩ୟ ତ୍ରୈମାସିକ ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ୍ସ ରିପୋର୍ଟ ଉନ୍ମୋଚନ କରିଛି ଯେ, ମୋଟ ସୁନା ଚାହିଦା ବାର୍ଷିକ ଆଧାରରେ ୫% ବୃଦ୍ଧି ପାଇ ୧୩୧୩ ଟନରେ ପହଂଚିଛି ଯାହାକି ଏକ ରେକର୍ଡ ୩ୟ ତ୍ରୈମାସିକ ଅଟେ । ମୋଟ ଚାହିଦା ପ୍ରଥମ ଥର ପାଇଁ ୧୦୦ ବିଲିୟନ ଡଲାର ଅତିକ୍ରମ କରିଛି, ଯାହା ଏକ ରେକର୍ଡ-ଉଚ୍ଚ ମୂଲ୍ୟ ପରିବେଶରେ ମଜବୁତ ନିବେଶ ଦ୍ୱାରା ସମର୍ଥିତ ଅଟେ ।
ଆନ୍ତର୍ଜାତୀୟ ନିବେଶ ଚାହିଦା ବାର୍ଷିକ ଆଧାରରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ହୋଇ ୩୬୪ ଟନ ରହିଛି ଯାହା ପାଶ୍ଚାତ୍ୟ ନିବେଶକଙ୍କଠାରୁ ପ୍ରାଥମିକ ସୁନା ଇଟିଏଫ୍ ପାଇଁ ମିଳିଥିବା ଚାହିଦାରେ ଏକ ପରିବର୍ତନ ଦ୍ୱାରା ପରିଚାଳିତ ହୋଇଛି । ବିଶ୍ୱବ୍ୟାପୀ ଗୋଲ୍ଡ ଇଟିଏଫ୍ରେ ୯୫ ଟନ ବୃଦ୍ଧି ଘଟିଛି ଯାହା ୨୦୨୨ର ପ୍ରଥମ ତ୍ରୈମାସିକ ପରଠାରୁ ପ୍ରଥମ ସକାରାତ୍ମକ ତ୍ରୈମାସିକକୁ ଚିହ୍ନିତ କରୁଛି । ବାର୍ ଓ କଏନ୍ ଚାହିଦା ୯% ହ୍ରାସ ପାଇଛି କିନ୍ତୁ ୭୭୪ ଟନର ୧୦ ବର୍ଷର ହାରାହାରି ପରିମାଣ ତୁଳନାରେ ୱାଇ-ଟି-ଡି ମୋଟ ପରିମାଣ ୮୫୯ ଟନରେ ଶକ୍ତିଶାଳୀ ରହିଛି ।
କେନ୍ଦ୍ରୀୟ ବ୍ୟାଙ୍କର କ୍ରୟ ମନ୍ଥର ହୋଇଥିବା ବେଳେ ଚାହିଦା ୧୮୬ ଟନରେ ମଜବୁତ ରହିଛି । ୨୦୨୨ର ସମାନ ଅବଧି ସହ ସମାନ୍ତରାଳ ଭାବେ କେନ୍ଦ୍ରୀୟ ବ୍ୟାଙ୍କର ଇୟର-ଟୁ-ଡେଟ ଚାହିଦା ୬୯୪ ଟନରେ ପହଂଚିଛି । ୩ୟ ତ୍ରୈମାସିକ ସମୟରେ ସୁନା ମୂଲ୍ୟ ରେକର୍ଡ ଉଚ୍ଚ ସ୍ତରକୁ ବୃଦ୍ଧି ପାଇବା ଜାରି ରହିଛି, ଯାହା ଆଉନ୍ସ (ଓଜେଡ୍) ପିଛା ୨୪୭୪ ଡଲାରର ଏକ ହାରାହାରି ସ୍ତରରେ ପହଂଚିଛି, ଏହା ସୁନା ଅଳଙ୍କାର ପାଇଁ ଆନ୍ତର୍ଜାତୀୟ ଚାହିଦାକୁ କ୍ଷତି ପହଂଚାଉଛି । ମୋଟ ଅଳଙ୍କାର କ୍ରୟ ଏକ ପରିମାଣ ଆଧାରରେ ବାର୍ଷିକ ଭିତିରେ ୧୨% ହ୍ରାସ ପାଇଛି କିନ୍ତୁ ମୂଲ୍ୟ ଦୃଷ୍ଟିରୁ ୧୩% ବୃଦ୍ଧି ହୋଇଛି ଯାହା ସୂଚିତ କରୁଛି ଯେ, ଉପଭୋକ୍ତାମାନେ କମ୍ ପରିମାଣର ସୁନା ଉତ୍ପାଦ ଉପରେ ଅଧିକ ଅର୍ଥ ଖର୍ଚ୍ଚ କରିବା ପାଇଁ ସହଜ ମନେ କରୁଛନ୍ତି ।
ଏହାଛଡା ଟେକ୍ନୋଲୋଜି କ୍ଷେତ୍ରରେ ସୁନା ପାଇଁ ମୋଟ ଚାହିଦା ବାର୍ଷିକ ଆଧାରରେ ୭% ବୃଦ୍ଧି ହୋଇଛି, ଏହା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରର ଅଭିବୃଦ୍ଧି ଦ୍ୱାରା ତ୍ୱରାନ୍ୱିତ ହୋଇଛି କାରଣ ଏଆଇା ବୃଦ୍ଧି ସୁନା ପାଇଁ ଚାହିଦାକୁ ବଢାଉଛି । ମୋଟ ସୁନା ଯୋଗାଣ ବାର୍ଷିକ ଆଧାରରେ ୫% ବୃଦ୍ଧି ହୋଇଥିବା ବେଳେ ଖଣି ଉତ୍ପାଦନରେ ୬% ଓ ରିସାଇକ୍ଲିଙ୍ଗରେ ୧୧% ବୃଦ୍ଧି ଘଟିଛି ।
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲର ବରିଷ୍ଠ ବଜାର ବିଶ୍ଳେଷକ ଲୁଇସ୍ ଷ୍ଟ୍ରିଟ୍ ମତପ୍ରକାଶ କରିଛନ୍ତି, “୩ୟ ତ୍ରୈମାସିକ ବର୍ଦ୍ଧିତ ନିବେଶ ପରିଲକ୍ଷିତ କରିଛି ଏବଂ ଓଭର-ଦ-କାଉଂଟର ଗତିବିଧି ଆନ୍ତର୍ଜାତୀୟ ସୁନା ଚାହିଦାକୁ ବୃଦ୍ଧି କରିବା ସହ ମୂଲ୍ୟ ପ୍ରଦର୍ଶନକୁ ପରିଚାଳନା କରିଛି । ଅଧିକାଂଶ ଉପଭୋକ୍ତା ବଜାରରେ ଉଚ୍ଚ ସୁନା ମୂଲ୍ୟ ଚାହିଦାକୁ ପ୍ରଭାବିତ କରିଥିବା ବେଳେ ଭାରତରେ ଆମଦାନୀ ଶୁଳ୍କରେ ହ୍ରାସ ଏକ ରେକର୍ଡ-ବ୍ରେକିଙ୍ଗ୍ ମୂଲ୍ୟ ପରିବେଶରେ ଅଳଙ୍କାର, ବାର୍ ଓ କଏନ ଚାହିଦାକୁ ଉଲ୍ଲେଖନୀୟ ଭାବେ ଉଚ୍ଚ ରଖିଛି ।
ନିବେଶକଙ୍କ ମଧ୍ୟରେ ‘ଫିୟର ଅଫ୍ ମିସିଙ୍ଗ ଆଉଟ୍ ଫ୍ୟାକ୍ଟର’ ଚଳିତ ତ୍ରୈମାସିକରେ ଚାହିଦାରେ ବୃଦ୍ଧିର ଏକ ପ୍ରମୁଖ ପରିଚାଳକ ରହିଆସିଛି । ନିବେଶକମାନେ ମୂଲ୍ୟ ବୃଦ୍ଧି ମଧ୍ୟରେ କ୍ରୟ ପାଇଁ ଆଗ୍ରହ ପ୍ରଦର୍ଶିତ କରିଛନ୍ତି, ସେମାନେ ଭବିଷ୍ୟତରେ ସୁଧ ହାର ହ୍ରାସର ସମ୍ଭାବନା ଦ୍ୱାରା ପ୍ରୋତ୍ସାହିତ ହୋଇଛନ୍ତି । ଏଥିସହିତ ସେମାନେ ଆମେରିକାର ରାଜନୈତିକ ଅନିଶ୍ଚିତତା ଓ ମିଡିଲ ଇଷ୍ଟରେ ବୃଦ୍ଧି ପାଉଥିବା ସଂଘର୍ଷ ମଧ୍ୟରେ ସୁନାର ଭୂମିକାକୁ ଏକ ସୁରକ୍ଷିତ ନିବେଶ ଭାବେ ବିବେଚନା କରୁଛନ୍ତି ।
“ଭବିଷ୍ୟତକୁ ଦେଖିଲେ ସୁନା ନିବେଶ ପ୍ରବାହ କ୍ଷେତ୍ରରେ ପଦକ୍ଷେପ ପରିବର୍ତନ ହେଉଛି ଏକ ଟ୍ରେଣ୍ଡ ଯାହା ଜାରି ରହିବାର ସମ୍ଭାବନା ରହିଛି, ଯାହା ଉଭୟ ଚାହିଦା ଓ ମୂଲ୍ୟ ସ୍ତର ବୃଦ୍ଧିକୁ ବଜାୟ ରଖିପାରେ । ଅନ୍ୟପକ୍ଷରେ ଆମେ ୨୦୨୪ରେ ୩୦ରୁ ଅଧିକ ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି ଦେଖିଛୁ ଏବଂ ଏଭଳି ପରିବେଶ ଉପଭୋକ୍ତାଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବା ଜାରି ରହିବ । ତେବେ ଆର୍ଥିକ ଅଭିବୃଦ୍ଧି ଆଶା ଅନ୍ୟ ଏକ କାରକ ଅଟେ ଯାହାକୁ ଆମେ ଅପେକ୍ଷା କରିଛୁ , ଯାହା ସ୍ଥିତିକୁ ନିୟନ୍ତ୍ରଣ କରିପାରେ ।”
ୱାର୍ଲ୍ଡ ଗୋଲ୍ଡ କାଉନ୍ସିଲ, ଇଣ୍ଡିଆ, ଆଂଚଳିକ ସିଇଓ ସଚିନ ଜୈନ କହିଛନ୍ତି, “୨୦୨୪ର ୩ୟ ତ୍ରୈମାସିକରେ ଭାରତର ସୁନା ଚାହିଦା ବାର୍ଷିକ ଆଧାରରେ ୧୮% ବୃଦ୍ଧି ହୋଇ ୨୪୮.୩ ଟନ୍ରେ ପହଂଚିଛି । ଜୁଲାଇରେ ସୁନା ଆମଦାନୀ ଶୁଳ୍ପଗୁଡିକରେ ହ୍ରାସ ଯୋଗୁଁ ଅଳଙ୍କାର ଚାହିଦା ପୁନର୍ଜୀବିତ ହୋଇଥିଲା, ଯାହା ୨୦୨୩ର ୩ୟ ତ୍ରୈମାସିକର ୧୫୫.୭ ଟନ୍ ତୁଳନାରେ ୨୦୨୪ର ୩ୟ ତ୍ରୈମାସିକରେ ୧୦% ବୃଦ୍ଧି ହୋଇ ୧୭୧.୬ ଟନ୍ରେ ପହଂଚିବା ସହ୨୦୨୫ ପରଠାରୁ ଏହାର ସବୁଠାରୁ ଶକ୍ତିଶାଳୀ ତ୍ରୈମାସିକ ଫଳାଫଳ ହାସଲ କରିଛି । ଜୁଲାଇ ଶେଷ ଆଡକୁ ଉପଭୋକ୍ତା ଚାହିଦାରେ ବୃଦ୍ଧି ଦେଖିବାକୁ ମିଳିଥିଲା ଯାହା ସେପ୍ଟେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ମଜବୁତ ରହିଥିଲା । ସେହିପରି ସୁନା ନିବେଶ ଚାହିଦା ୪୧% ବୃଦ୍ଧି ସହ ୭୬.୭ ଟନ୍ ରହିଛି ଯାହା ୨୦୨୩ର ୩ୟ ତ୍ରୈମାସିକରେ ୫୪.୫ ଟନ୍ ରହିଥିଲା । ଭାରତରେ ବାର୍ ଓ କଏନ ଚାହିଦା ବୃଦ୍ଧି ହୋଇ୨୦୧୨ ପରଠାରୁ ଏହାର ସର୍ବୋଚ୍ଚ ୩ୟ ତ୍ରୈମାସିକକୁ ଲମ୍ଫ ଦେଇଛି । ନିବେଶକଙ୍କ ସକାରାତ୍ମକତା ଓ ମୂଲ୍ୟ ଆକାଂକ୍ଷାଗୁଡିକ ଜୁଳାଇର ଶୁଳ୍କ ସହ ଜଡିତ ମୂଲ୍ୟ ସଂଶୋଧନ ଦ୍ୱାରା ତ୍ୱରାନ୍ୱିତ ହୋଇଥିଲା ଯାହା ଅନେକ ନିବେଶକଙ୍କୁ ବଜାରରେ ପ୍ରବେଶ କରିବା ପାଇଁ ଅନୁମତି ଦେଇଥିଲା ।
ଏହି ଶୁଳ୍କ ହ୍ରାସ ଅଗଷ୍ଟରେ ସୁନା ମୂଲ୍ୟରେ ବୃଦ୍ଧିକୁ ରୋକିବା ସହିତ ଆଗାମୀ ତ୍ରୈମାସିକଗୁଡିକରେ ହେବାକୁ ଯାଉଥିବା ବିବାହଗୁଡିକ ପାଇଁ ଶୀଘ୍ର କ୍ରୟକୁ ପ୍ରୋତ୍ସାହିତ କରିଥିଲା । ଏଥିସହିତ ପୂର୍ବ ତ୍ରୈମାସିକଗୁଡିକର କମ୍ ଚାହିଦାକୁ ପୂରଣ କରିଥିଲା । ଉନ୍ନତ ମୌସୁମୀ ମଧ୍ୟ ଛୋଟ ସହର ଓ ଗ୍ରାମାଂଚଳଗୁଡିକରେ ଉନ୍ନତ ଅଭିବୃଦ୍ଧି ପାଇଁ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିଥିଲା ।
୨୦୨୪ର ୩ୟ ତ୍ରୈମାସିକରେ ସୁନା ଆମଦତାନୀ ୮୭%ର ବୃଦ୍ଧି ସହିତ ୩୬୦.୨ ଟନ୍ ରହିଛି ଯାହା ୨୦୨୩ର ସମାନ ଅବଧିରେ ୧୯୩ ଟନ୍ ଥିଲା । ଶୁଳ୍କ ହ୍ରାସ ଯୋଗୁଁ ଭାରତକୁ ଚୋରାଚାଲାଣ ହେଉଥିବା ସୁନାର ପ୍ରବାହ ବନ୍ଦ ହୋଇଥିଲା । ଭାରତର ରିସାଇକେଲ ହୋଇଥିବା ସୁନା ପରିମାଣ ୨୨% ବୃଦ୍ଧି ହୋଇ ୨୩.୪ ଟନ୍ ରହିଥିଲା ଯାହା ଗତବର୍ଷ ଏହି ଅବଧିରେ ୧୯.୨ ଟନ ଥିଲା । ଶିଳ୍କ ହ୍ରାସର ଅନ୍ୟ ଏକ ପରିଣାମ ହେଉଛି ସୁନା ଋଣ କମ୍ପାନୀଗୁଡିକ ଦ୍ୱାରା ବିକ୍ରି, ଯେଉଁମାନେ କି ସୁନା ମୂଲ୍ୟରେ ହ୍ରାସ ପରେ ଅଣ-କାର୍ଯ୍ୟକ୍ଷମ ଋଣଗୁଡିକରୁ କ୍ଷତିକୁ ସୀମିତ କରିବା ପାଇଁ କିଛି ହୋଲ୍ଡିଙ୍ଗ୍କୁ ନିଲାମ କରିଥିଲେ ।
ଭାରତର ସୁନା ଚାହିଦା ଧନତେରାସ ଓ ବିବାହ ଋତୁ କାରଣରୁ ୪ର୍ଥ ତ୍ରୈମାସିକରେ ମଧ୍ୟ ମଜୁବତ ରହିଛି, ଯଦିଓ ସୁନାର ନିରନ୍ତର ବୃଦ୍ଧି ପାଉଥିବା ମୂଲ୍ୟ, ଶୁଳ୍କ ହ୍ରାସର ପ୍ରଭାବକୁ ପ୍ରଭାବଶୂନ୍ୟ କରୁଛି, ଆମେ ମୂଲ୍ୟ ସଂଶୋଧନ ପାଇଁ ଅପେକ୍ଷା କରିଥିବା ନିବେଶକଙ୍କ ପାଇଁ ଏକ ବୃଦ୍ଧି ଟ୍ରେଣ୍ଡକୁ ଦେଖିପାରନ୍ତି । ତେବେ ଭାରତ ଏକ ଅତ୍ୟଧିକ ଶକ୍ତିଶାଳୀ ବର୍ଷରେ ଗତି କରୁଛି, କାରଣ ୱାଇ-ଟି-ଡି ନିବେଶ ଗତ ୪ ବର୍ଷର ବାର୍ଷିକ ମୋଟ ବିକ୍ରିକୁ ଅତିକ୍ରମ କରିସାରିଛି । ଆମେ ସମ୍ପୂର୍ଣ୍ଣ ବର୍ଷର ମୋଟ ସୁନା ଚାହିଦା ୭୦୦-୭୫୦ ଟନ୍ ମଧ୍ୟରେ ରହିବ ବୋଲି ଆଶା କରୁଛୁ ।”
Comments are closed, but trackbacks and pingbacks are open.