ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ବିବାର ନୂଆ ସମର୍ କଲେକ୍ସନର ଶୁଭାରମ୍ଭ

65

ଭୁବନେଶ୍ୱର : ଭାରତର ଅଗ୍ରଣୀ ଓ ଘରୋଇ ଫ୍ୟାଶନ ବ୍ରାଣ୍ଡ ବିବା ପକ୍ଷରୁ ଭୁବନେଶ୍ୱରସ୍ଥିତ କମ୍ପାନୀର ଫ୍ଲାଗ୍‌ସିପ ଷ୍ଟୋର୍‌ଠାରେ ଏହାର ନୂଆ ସମର କଲେକ୍ସନର ଗ୍ରାଣ୍ଡ୍ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି ଯାହାର ବିଷୟବସ୍ତୁ ରହିଛି ‘ହର୍ ନଜର୍ ମେଁ କୁଛ୍ ନୟା’ । ଏହି ନୂତନ କଲେକ୍ସନ ଭାରତର କେନ୍ଦ୍ରକୁ ଅତୁଳନୀୟ ଫ୍ୟାଶନ ଆଣିବାର ଏହାର ଯାତ୍ରାରେ ଆଉ ଏକ ସଫଳତାକୁ ଚିହ୍ନିତ କରିଛି । ଉତ୍ସାହକୁ ବୃଦ୍ଧି କରି ଏହି ଶୁଭାରମ୍ଭ ଇଭେଂଟ୍‌ରେ ଓଡିଶାର ଲୋକପ୍ରିୟ ସେଲିବ୍ରିଟି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ ଯିଏକି ଫେମିନା ମିସ୍ ଇଣ୍ଡିଆ, କୋଲ୍‌କାତାର ପ୍ରଥମ ରନର୍‌-ଅପ୍ ଟାଇଟଲ ଜିତିଥିଲେ । ଏହି ଲଂଚ୍ ଇଭେଂଟ୍ ଉପଭୋକ୍ତାଙ୍କୁ ଅତିଥି ସେଲିବ୍ରିଟିଙ୍କ ଦ୍ୱାରା ଷ୍ଟାଇଲ୍ କରାଯିବାର ସୁଯୋଗ ପ୍ରଦାନ କରିଛି ଯିଏକି ନିଜର ଫ୍ୟାଶନ ଟିପ୍‌ସ ମଧ୍ୟ ସେୟାର କରିଥିଲେ ।

ଗ୍ରୀଷ୍ମ ଋତୁ ଆସୁଥିବାରୁ ବିବା ପକ୍ଷରୁ ଏହାର ନୂତନ କଲେକ୍ସନରେ ଜୀବନ୍ତ ରଙ୍ଗ, ସୂକ୍ଷ୍ମ ଶୈଳୀ ଓ ସରଳ ଷ୍ଟାଇଲ୍‌ର ଏକ ପରିଦୃଶ୍ୟ ଉପସ୍ଥାପନ କରାଯାଇଛି । ପ୍ରତ୍ୟେକ ପୋଷାକକୁ ଏକ ସ୍ୱତନ୍ତ୍ର କାହାଣୀ ବ୍ୟାଖ୍ୟା କରିବା ପାଇଁ ଯତ୍ନର ସହିତ ନିର୍ମାଣ କରାଯାଇଛି ଯାହା ଗ୍ରୀଷ୍କ ଋତୁର ମହତ୍ୱକୁ କ୍ୟାପ୍‌ଚର କରୁଛି । ଚଳିତ ଋତୁରେ ବିବା କେବଳ ଏକ କଲେକ୍ସନ ଉପସ୍ଥାପନ କରିବାଠାରୁ ଆଗକୁ ବଢିଛି; ଏହା ଫ୍ୟାଶନରେ ନୂତନତ୍ୱ ଓ ବିବିଧତାର ଏକ ସେଲିବ୍ରେଶନ ପ୍ରଦାନ କରୁଛି । ଚିକ୍ କଂଟେମ୍ପରାରୀ ଡିଜାଇନଠାରୁ ଆରମ୍ଭ କରି କାଳଜୟୀ କ୍ଲାସିକ୍ ପର୍ଯ୍ୟନ୍ତ ସମର୍ କଲେକ୍ସନ ୨୦୨୪ ଫ୍ୟାଶନ ଉତ୍ସାହୀମାନଙ୍କ ବିବିଧ ପସନ୍ଦକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛି ।

ସମର୍ କଲେକ୍ସନ ୨୦୨୪ର ଗ୍ରାଣ୍ଡ ଉନ୍ମୋଚନ ସହିତ ବିବା ଗ୍ରାହକଙ୍କୁ ନୂତନ ସୂର୍ଯ୍ୟକିରଣକୁ ଗ୍ରହଣ କରିବା ଓ ଷ୍ଟାଇଲ୍‌ର ନୂତନ ଦିଗଗୁଡିକୁ ଅନ୍ୱେଷଣ କରିବା ପାଇଁ ଆମନ୍ତ୍ରିତ କରୁଛି । ଏହି ନୂଆ କଲେକ୍ସନ ଗ୍ରାହକମାନଙ୍କୁ ବିବାର ୨୦୨୪ କଲେକ୍ସନର ପୋଷାକଗୁଡିକର ଏକ ସ୍ୱତନ୍ତ୍ର ଶୃଙ୍ଖଳା ପ୍ରଦାନ କରୁଛି । କାଳଜୟୀ ସାଲ୍‌ୱାର-କମିଜ୍ ଦୁପଟ୍ଟାଠାରୁ ଆରମ୍ଭ କରି ବହୁମୂଖୀ କୂର୍ତା ସେଟ୍‌, ସ୍କର୍ଟ ଆଦି ପର୍ଯ୍ୟନ୍ତ ଏହି ଷ୍ଟୋର୍ ଏକ କ୍ୟୁରେଟେଡ ସିଲେକ୍ସନ ଉପସ୍ଥାପନ କରୁଛି ଯାହା ଭୁବନେଶ୍ୱରର ଫ୍ୟାଶନ-ଅଗ୍ରଣୀ ଗ୍ରାହକଙ୍କର ସୁବିଚାରିତ ପସନ୍ଦକୁ ପୂରଣ କରୁଛି ।

ଭୁବନେଶ୍ୱରରେ ଏହି ନୂତନ ଏସ୍‌ଏସ୍ କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରି ବିବାର ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ବିନ୍ଦ୍ରା କହିଛନ୍ତି, “ଭୁବନେଶ୍ୱରର ଜୀବନ୍ତ ସହରରୁ ଆମେ ବିବାର ସିଗ୍ନେଚର ଉତ୍କର୍ଷତା ଓ ଷ୍ଟାଇଲର ଶୁଭାରମ୍ଭ କରି ଉତ୍ସାହିତ ରହିଛୁ । ଆମେ ବିଶ୍ୱାସ କରୁଛୁ ଯେ, ଏକ ବିବା ଷ୍ଟୋର୍‌କୁ ପ୍ରତ୍ୟେକ ପରିଦର୍ଶନ ଏକ ଆନନ୍ଦଦାୟକ ଅନୁଭୂତି ହେବା ଉଚିତ, ଯେଉଁଠାରେ ଗ୍ରାହକମାନେ ନୂତନ ଟ୍ରେଣ୍ଡ ଓ ସ୍ଥାୟୀ କ୍ଲାସିକ୍‌ଗୁଡିକୁ ଆବିଷ୍କାର କରିପାରିବେ ଏବଂ ସେମାନଙ୍କର ବ୍ୟକ୍ତିଗତ ଷ୍ଟାଇଲ୍ ସହ ପ୍ରତିଧ୍ୱନିତ୍ୱ କରୁଥିବା ପିସ୍‌ଗୁଡିକୁ ସନ୍ଧାନ କରିପାରିବେ ଏବଂ ଏହି ନୂତନ କଲେକ୍ସନ ସହ ଆମେ ତାହା କରିବାକୁ ଲକ୍ଷ୍ୟ ରଖିଛୁ ।”

ଭୁବନେଶ୍ୱରରେ ୬ଟି ଷ୍ଟୋର୍ ଓ ଓଡିଶାରେ ୧୦ଟି ଷ୍ଟୋର୍ ସହିତ ଆମେ ରାଜ୍ୟରେ ଉପଭୋକ୍ତାଙ୍କଠାରୁ ଏକ ଚମତ୍କାର ପ୍ରତିକ୍ରିୟା ହାସଲ କରିବୁ ବୋଲି ନିଶ୍ଚିତ ରହିଛୁ । ହୋଲି ପାଖେଇ ଆସୁଥିବା ବେଳେ, ପାର୍ବଣ ପାଇଁ ସପିଙ୍ଗ କରିବା ଓ ନିଜର ୱାର୍ଡରୋବ୍‌କୁ ରିଫ୍ରେଶ୍ କରିବା ଲାଗି ଏହା ଏକ ଉନ୍ନତ ସମୟ ବୋଲି ସେ କହିଛନ୍ତି ।

ଦ୍ରୁତ ବେଗରେ ବିକଶିତ ଭାରତୀୟ ବଜାରଗୁଡିକରେ ବ୍ୟବସାୟିକ ସମ୍ଭାବନାକୁ ଆବିଷ୍କାର କରିବାର ବିବାର ନିରନ୍ତର ପ୍ରୟାସ ଏହାକୁ ଖୁଚୁରା ପୋଷାକ ବର୍ଗରେ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରାଇଛି । ସୁନ୍ଦର ଭାବେ ଡିଜାଇନ କରାଯାଇଥିବା ଏହାର ଷ୍ଟୋର୍‌ଗୁଡିକ ସହିତ ବିବା ଏଥ୍‌ନିକ ଫ୍ୟାଶନକୁ ପୁନଃବ୍ୟାଖ୍ୟା କରିବା ଜାରି ରଖିଥିବା ବେଳେ ଗ୍ରାହକମାନେ ଯେପରି ଆରାମଦାୟକ ଓ ସ୍ୱତନ୍ତ୍ର ଅନୁଭବ କରିବେ ତାହା ସୁନିଶ୍ଚିତ କରୁଛି କାରଣ ସେମାନେ ଫ୍ୟାଶନ ମର୍ଚ୍ଚାଣ୍ଡାଇଜ୍‌ର ଉତ୍କୃଷ୍ଟତମ ସିଲେକ୍ସନରୁ ଚୟନ କରୁଛନ୍ତି ।

ଏହି କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଅର୍ଚ୍ଚିତା ସାହୁ କହିଛନ୍ତି, “ପ୍ରତ୍ୟେକ ନୂଆ କଲେକ୍ସନ ସହିତ ବିବା ସବୁବେଳେ ଏହାର ଜୀବନ୍ତ ରଙ୍ଗ, ସୂକ୍ଷ୍ମ ଡିଜାଇନ ଓ କାଳଜୟୀ ଉତ୍କର୍ଷତା ସହିତ ମୋତେ ଆକର୍ଷିତ କରିଆସିଛି । ଏହା ହେଉଛି ଏକ ବ୍ରାଣ୍ଡ ଯାହା ପ୍ରୟାସହୀନ ଭାବେ ପରମ୍ପରାକୁ ଷ୍ଟାଇଲ ସହ ସମ୍ମିଶ୍ରଣ କରୁଛି, ପ୍ରତ୍ୟେକ ମହିଳାଙ୍କୁ ନିଜର ଅନନ୍ୟ ବ୍ୟକ୍ତିତ୍ୱକୁ ଫ୍ୟାଶନ ମାଧ୍ୟମରେ ପରିପ୍ରକାଶ କରିବାକୁ ଅନୁମତି ଦେଉଛି । ମୁଁ ଏହି ସମର କଲେକ୍ସନ ଲଂଚ୍ ଇଭେଂଟ୍‌ର ଏକ ଅଂଶ ହୋଇ ଏବଂ ଭୁବନେଶ୍ୱରର ପ୍ରିୟ ଗ୍ରାହକମାନଙ୍କ ସହ କିଛି ଫ୍ୟାଶନ ଟିପ୍ସ ସେୟାର କରି ଉତ୍ସାହିତ ରହିଛି ।”

Comments are closed, but trackbacks and pingbacks are open.