ଭୁବନେଶ୍ୱର: ଇକମର୍ସ, ରିଟେଲ ଓ ୱାୟାରହାଉସିଂ କ୍ଷେତ୍ରରେ ଏକ କ୍ୟାରିୟର ପାଇଁ ମୂଲ୍ୟବାନ ଦକ୍ଷତା ହାସଲ କରିବା ଲାଗି ଛାତ୍ରଛାତ୍ରୀ ଓ ଆଶାୟୀ ପ୍ରାର୍ଥୀଙ୍କୁ ସଶକ୍ତ କରିବା ପାଇଁ ଭାରତର ଘରୋଇ ଇକମର୍ସ ମାର୍କେଟ୍ପ୍ଲେସ ଫ୍ଲିପକାର୍ଟ ଏବଂ ନ୍ୟାଶନାଲ ସ୍କିଲ୍ସ ଡେଭ୍ଲପମେଂଟ୍ କର୍ପୋରେଶନ( ଏନ୍ଏସ୍ଡିସି) ମଧ୍ୟରେ ଏକ ଏମ୍ସୟୁ ସ୍ୱାକ୍ଷର ହୋଇଛି । ଏହି ଏମ୍ଓୟୁ ଅଧିନରେ ଫ୍ଲିପ୍କାର୍ଟ ଏହି କ୍ଷେତ୍ରଗୁଡିକରେ ବିଭିନ୍ନ ପଦପଦବୀ ହାସଲ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଦକ୍ଷ ଓ କୁଶଳୀ କରିବ ଓ ପ୍ରମାଣପତ୍ର ପ୍ରଦାନ କରିବ । ଏଥିପାଇଁ ଆୟୋଜିତ ଚୁକ୍ତି ବିନିମୟ ସମାରୋହରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍ଏସ୍ଡିଇ ସଚିବ ଅତୁଲ କୁମାର ତିୱାରୀ ଓ ଏନ୍ଏସ୍ଡିସିର ସିଓଓ ବେଦ୍ ମଣି ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ । ଫ୍ଲିପ୍କାର୍ଟ ଓ ଏନ୍ଏସ୍ଡିସି ମଧ୍ୟରେ ଏହି ଚୁକ୍ତିର ଅଂଶ ଭାବେ ଫ୍ଲିପ୍କାର୍ଟର ପ୍ରୋଜେକ୍ଟ ବ୍ରାଇଟ୍ ଇନିସିଏଟିଭ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇକମର୍ସ କ୍ଷେତ୍ରରେ ଏକ କ୍ୟାରିୟର ହାସଲ କରିବା ପାଇଁ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି ମାଗଣା ଅନ୍ଲାଇନ୍ ପାଠ୍ୟକ୍ରମ ପ୍ରଦାନ କରିବ । ଏହି ପାଠ୍ୟକ୍ରମଗୁଡିକ ଶିକ୍ଷାର୍ଥୀମାନଙ୍କ ନିଯୁକ୍ତି କ୍ଷମତାକୁ ଉନ୍ନତ କରିବା ପାଇଁ ଇକମର୍ସ, ସାଧାରଣ ଦକ୍ଷତା ଓ ଗ୍ରାହକ ସେବା ଦକ୍ଷତାର ମୌଳିକତା ପ୍ରଦାନ କରିବ ।
ଏହି ଏମ୍ଓୟୁ ଫ୍ଲିପ୍କାର୍ଟକୁ ଏନ୍ଏସ୍ଡିସି କୌଶଳ ମହୋତ୍ସବ (ନିଯୁକ୍ତି ମେଳା)ରେ ଏକ ନିଯୁକ୍ତିଦାତା ଭାବେ ଅଂଶଗ୍ରହଣ କରିବାର ଦେଖିବ ଯାହା ଦେଶବ୍ୟାପୀ ବିଭିନ୍ନ ଅଂଚଳରେ ଆୟୋଜିତ ହେବାକୁ ଯାଉଛି । କୌଶଳ ମହୋତ୍ସବରେ ଫ୍ଲିପ୍କାର୍ଟର ସମ୍ପୃକ୍ତି ଏନ୍ଏସ୍ଡିସି ସହ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ଅଟେ ଯାହା ରୋଜଗାର ସନ୍ଧାନରେ ଥିବା ପ୍ରାର୍ଥୀଙ୍କୁ ନିଯୁକ୍ତିଦାତାଙ୍କ ସହ ସଂଯୋଗ କରିବା ଏବଂ ଆଶାୟୀଙ୍କ ପାଇଁ ନୂଆ ମାର୍ଗ ଖୋଲିବା ଉପରେ ଗୁରୁତ୍ୱ ଦେଉଛି ।
ଏହି ଏମ୍ଓୟୁ ସମ୍ପର୍କରେ ଏନ୍ଏସ୍ଡିସିର ନିର୍ଦ୍ଦେଶକ ଶ୍ରୀ ବେଦ୍ ମଣି ତିୱାରୀ କହିଛନ୍ତି, ‘ଏହି ଏମ୍ଓୟୁ ଶିଳ୍ପର ଆବଶ୍ୟକତା ସହ ଜଡିତ ବ୍ୟବହାରିକ ନିଯୁକ୍ତି ଦକ୍ଷତା ସହିତ ନାଗରିକଙ୍କୁ ସୁସଜ୍ଜିତ କରିବା ପାଇଁ ଏନ୍ଏସ୍ଡିସିର ପ୍ରୟାସଗୁଡିକ କ୍ଷେତ୍ରରେ ଏକ ବଡ ସଫଳତା । ଫ୍ଲିପ୍କାର୍ଟ ସହ ମିଳିତ ଭ।।ବେ ଆମେ ପ୍ରାର୍ଥୀମାନଙ୍କୁ ଭାରତର ଇକମର୍ସ , ରିଟେଲ ଓ ପରିବହନ କ୍ଷେତ୍ରରେ ସଫଳତା ପାଇବା ପାଇଁ ଆବଶ୍ୟକ ଦକ୍ଷତା ସହ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ରୋଜଗାର ସନ୍ଧାନରେ ଥିବା ପ୍ରାର୍ଥୀଙ୍କୁ ନିଜ ପସନ୍ଦର ନିଯୁକ୍ତି ପାଇବାରେ ସାହାଯ୍ୟ କରିବା ପାଇଁ ଆମେ ଏହି ସହଭାଗିତାକୁ ଦେଶର କୋଣ ଅନୁକୋଣରେ ପହଂଚାଇବାକୁ ଯୋଜନା ରଖିଛୁ । ଫ୍ଲିପ୍କାର୍ଟ ଗ୍ରୁପ୍ର ମୁଖ୍ୟ କର୍ପୋରେଟ୍ ଆଫାୟାର୍ସ ଅଫିସର ରଜନିଶ କୁମାର କହିଛନ୍ତି, “ଏନ୍ଏସ୍ଡିସି ସହ ଆମର ସହଭାଗିତା ଛାତ୍ରଛାତ୍ରୀ ଓ ଆଶାୟୀ ପେସାଦାରମାନଙ୍କୁ ଇକମର୍ସ, ରିଟେଲ ଓ ୱାୟାରହାଉସିଂ କ୍ଷେତ୍ରରେ କ୍ୟାରିୟର ପାଇଁ ପ୍ରସ୍ତୁତ ମୂଲ୍ୟବାନ ଦକ୍ଷତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି । ଆମେ ଦୃଢ ଭାବେ ବିଶ୍ୱାସ କରୁଛୁ ଯେ, ଏହି ପାଠ୍ୟକ୍ରମଗୁଡିକ ଯୁବ ପ୍ରାର୍ଥୀଙ୍କ ପାଇଁ ନୂତନ ଦିଗଗୁଡିକୁ ଉନ୍ମୋଚନ କରିବା ଓ ସେମାନଙ୍କର କ୍ୟାରିୟର ସଫଳତାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଉତ୍ପ୍ରେରକ ଭାବେ କାର୍ଯ୍ୟ କରିବ ।”
ଫ୍ଲିପ୍କାର୍ଟ ଇଣ୍ଡଷ୍ଟ୍ରୀ ଏମ୍ଓୟୁ ମାଧ୍ୟମରେ ବିହାର, ଦିଲ୍ଲୀ, ହରିଆନା, ଝାଡଖଣ୍ଡ, ପଞ୍ଜାବ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଛି ଏବଂ ହାଜର ହଜାର ଯୁବପିଢିଙ୍କୁ ପ୍ରଶିକ୍ଷିତ କରିଛି ଯେଉଁମାନେ ଅନ୍ଲାଇନ୍ ଓ ଅନ୍-ଦ-ଜବ୍ ତାଲିମ ଏବଂ ପ୍ରମାଣପତ୍ର ହାସଲ କରିଛନ୍ତି । ମନୋନିତ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ଫ୍ୟାସିଲିଟିରେ ପୂର୍ଣ୍ଣକାଳିନ ଯୋଗାଣ ଶୃଙ୍ଖଳା କର୍ମଚାରୀ ଭାବେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଇଛନ୍ତି, ଯାହା ସେମାନଙ୍କୁ କାର୍ଯ୍ୟର ରିଅଲ୍-ଲାଇଫ୍ ଏକ୍ସପୋଜର ପ୍ରଦାନ କରିଛି । ବିଗତ ବର୍ଷଗୁଡିକରେ ଫ୍ଲିପ୍କାର୍ଟ ବିଭିନ୍ନ ସରକାରୀ ସଂସ୍ଥା ସହ ସହଭାଗିତାରେ ଦେଶବ୍ୟାପୀ ଏହାର ହଜାର ହଜାର ଯୋଗାଣ ଶୃଙ୍ଖଳା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛି ଯାହା ସେମାନଙ୍କୁ ନିଜର ଦକ୍ଷତା ବୃଦ୍ଧି କରିବା ଓ କ୍ୟାରିୟରରେ ଆଗକୁ ବଢିବାରେ ସାହାଯ୍ୟ କରିଛି ।
Comments are closed, but trackbacks and pingbacks are open.