ନୂଆଦିଲ୍ଲୀ – କରୋନା ଭୂତାଣୁ ସଂକ୍ରମଣରେ ସର୍ବଶେଷ ସୂଚନା ଅନୁଯାୟୀ ବିଶ୍ୱବ୍ୟାପୀ ୫ଲକ୍ଷ ୯୪ହଜାର ୭୯୧ଜଣ ଆକ୍ରାନ୍ତ ହୋଇଥିବାବେଳେ ୧ଲକ୍ଷ ୩୩ହଜାର ୬ଜଣ ସୁସ୍ଥ ହୋଇଛନ୍ତି । ଏଥିରେ ୨୭ହଜାର ୨୫୫ଜଣଙ୍କ ମୃତ୍ୟୁ ଘଟିଛି । ଆମେରିକାରେ ସର୍ବାଧିକ ୧ଲକ୍ଷ ୨ହଜାର ୫୬୮ଜଣ ସଂକ୍ରମିତ ହୋଇଥିବାବେଳେ ଇଟାଲୀରେ ସବୁଠାରୁ ଅଧିକ ୯ହଜାର ୧୩୪ଜଣଙ୍କ ମୃତ୍ୟୁ ଘଟିଛି ।
ଭାରତରେ ୯୧୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଓଡିଶାରେ ଏ ପର୍ଯ୍ୟନ୍ତ ୩ଜଣଙ୍କ ଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି ।