ଭୁବନେଶ୍ୱର – ରାଜ୍ୟରେ ଲକ୍ଡାଉନ୍ ସମୟରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ୨ ହଜାର ୨ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ।
ଏଥିରେ ଖାଦ୍ୟ ସୁରକ୍ଷା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ୩ ମାସର ଆଗୁଆ ରାସନ୍ ପ୍ରଦାନ କରାଯାଇଥିବାବେଳେ ୯୪ ଲକ୍ଷ ପରିବାରଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ଯୋଜନା କରାଯାଇଛି ।
ଏହି ଯୋଜନାରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଆଗୁଆ ଭତ୍ତା ପ୍ରଦାନ କରାଯିବ । ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫ ଶହ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।