ଜାଲିଆନୱାଲା ହତ୍ୟାକାଣ୍ଡ ୧୦୦ ବର୍ଷ ପୂର୍ତ୍ତି: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

0 892

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଜାଲିଆନୱାଲା ହତ୍ୟାକାଣ୍ଡରେ ଜୀବନ ହରାଇଥିବା ଶତାଧିକ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜିର ଦିନରେ ୧୦୦ ବର୍ଷ ତଳେ ଲୋମଟାଙ୍କୁରା ଜାଲିଆନୱାଲା ହତ୍ୟାକାଣ୍ଡ ଘଟିଥିଲା । ପଂଜାବର ଅମୃତସର ଠାରେ ଶତାଧିକ ସ୍ୱାଧୀନତା ସଂଗ୍ରାମୀ ରାଓଲତ ଆଇନକୁ ବିରେଧ କରୁଥିବା ବେଳେ ସର୍ବସାଧାରଣରେ ବ୍ରିଟିଶ ସେନାର ମୁଖ୍ୟ ଜେନେରାଲ ଡାୟର କ୍ରମାଗତ ଭାବରେ ଗୁଳି କରିଥିଲେ, ଯେଉଁ ଘଟଣାରେ ଅଳ୍ପ ସମୟ ମଧ୍ୟରେ ଭାରତୀୟ ସଂଗ୍ରାମୀଙ୍କର ମୃତ୍ୟୁ ଘଟିଥିଲା ।

ଶ୍ରଦ୍ଧାଞ୍ଜଳି ଦେବା ସହିତ ରାମନାଥ କୋବିନ୍ଦ ଟୁଇଟ କରିଛନ୍ତି । ସେ ଲେଖିଛନ୍ତି, ୧୦୦ ବର୍ଷ ତଳେ ଆମର ବୀର ସ୍ୱାଧୀନତା ସଂଗ୍ରାମୀ ମାନେ ଜାଲିଆନୱାଲା ହତ୍ୟାକାଣ୍ଡରେ ଜୀବନ ହାରିଥିଲେ । ସେହି ଦିନର ଘଟଣାକୁ କୌଣସି ଭାରତୀୟ ଭୁଲି ପାରିବେ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି, ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ କେବେ ଭୁଲି ହେବ ନାହିଁ । ସେମାନଙ୍କର ସ୍ମୁତି ଆମମାନଙ୍କୁ ଅଧିକ କଠୋର ପରିଶ୍ରମ କରିବାକୁ ଶକ୍ତି ଯୋଗାଇବ । ସେମାନେ ଆମର ଗୌରବ ବୋଲି ମୋଦୀ କହିଛନ୍ତି ।

Leave A Reply