ଭୁବନେଶ୍ୱର .- ରାଜ୍ୟରେ ଚିଟ୍ଫଣ୍ଡ ଠକେଇର ତଦନ୍ତ କରୁଥିବା ଜଷ୍ଟିସ୍ ମଦନମୋହନ ଦାସ କମିଶନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ମାସ ୪ ତାରିଖରେ ଶେଷ ହେବାକୁ ଯାଉଛି। କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା କମିଶନ କ’ଣ କ’ଣ କାର୍ଯ୍ୟ କରିଛନ୍ତି ଏବଂ କେଉଁ କାର୍ଯ୍ୟ ବାକି ଅଛି, ସେ ନେଇ ଚିଠିରେ ଦର୍ଶାଯାଇଛି।
ଇତିମଧ୍ୟରେ କମିଶନ ସରକାରଙ୍କୁ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ସମୁଦାୟ ୪ଲକ୍ଷ ୯୭ ହଜାର ୮୪୪ ଜମାକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମୋଟ୍ ୧୯୩୧ ଜଣ କ୍ଷୁଦ୍ର ଜମାକାରୀ ଅର୍ଥ ଫେରସ୍ତ ପାଇଛନ୍ତି। ସୂଚନାଯୋଗ୍ୟ ବିଚାରପତି ମଦନମୋହନ ଦାସ ୨୦୧୫ ଫେବୃୟାରୀ ୫ରୁ ଚିଟ୍ଫଣ୍ଡ୍ ଠକେଇ ତଦନ୍ତ କମିଶନ ଭାବେ କାର୍ଯ୍ୟ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.