ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଆମ ପୃଥିବୀ, ଆମ ସ୍ୱାସ୍ଥ୍ୟ । ଆମ ପୃଥିବୀ ସହିତ ଆମ ସ୍ୱାସ୍ଥ୍ୟର ଗଭୀର ସମ୍ବନ୍ଧ ରହିଛି । ଜଳବାୟୁ ପରିବର୍ତ୍ତନ, ପରିବେଶ, ତାପମାତ୍ରା, ପ୍ରଦୂଷଣ, ଯୁଦ୍ଧ ବିଭୀଷିକା, ଖାଦ୍ୟ, ଜଳ, ଅମ୍ଳଜାନ ଆଦି ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ୱାସ୍ଥ୍ୟରକ୍ଷା ସହିତ ଜଡ଼ିତ ରହିଛି । ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ମଣିଷ ପ୍ରକୃତି ବିରୋଧୀ କାର୍ଯ୍ୟ କରୁଛି । ଫଳରେ ପୃଥିବୀରେ ଅସ୍ୱାଭାବିକ ବାତାବରଣ ସୃଷ୍ଟି ହେଉଛି । ତେଣୁ ମଣିଷ ନିଜେ ସକରାତ୍ମକ ପଦକ୍ଷେପ ନେଇ ସ୍ୱାସ୍ଥ୍ୟରକ୍ଷା ଦିଗରେ କାର୍ଯ୍ୟ କରିବାର ସମୟ ଆସିଛି ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ୧୯୪୮ ମସିହା ଏପ୍ରିଲ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗଠନ କରାଯାଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ଏହା ସାରା
ବିଶ୍ୱରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟସେବା ସହ ଜଡିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏକ ଟୁଇଟ୍ ଜରିଆରେ ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ପାଇଁ ଗୁଣବତ୍ତା ବିଶିଷ୍ଟ ଓ ସୁଲଭ ସ୍ୱାସ୍ଥ୍ୟ ସେବା ପ୍ରଦାନର ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ
ଦୋହରାଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ସ୍ୱାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମଳୟ ତ୍ରିପାଠୀ ଏହି ଦିବସ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବିଶେଷକରି
ପ୍ରଦୂଷଣ ରୋକିବା ଓ ସ୍ୱଚ୍ଛ ଭାରତ ଅଭିଯାନରେ ସ୍ୱଚ୍ଛତା ବଜାୟ ରଖିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କାଳୀପ୍ରସାଦ ବେହେରା, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାର
Comments are closed, but trackbacks and pingbacks are open.