ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ
ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର । ସମ୍ବଲପୁର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳରେ ବିଲ ଭିତରେ ଥିବା ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି ବୋଲି ଡି.ଏଫ୍.ଓ. ସଂଜୀତ୍ କୁମାର ସୂଚନା ଦେଇଛନ୍ତି ।
ତେବେ ଗତ ଦୁଇଦିନ ତଳୁ ହାତୀର ମୃତ୍ୟୁ ଘଟିଥିବା ବନବିଭାଗ ସନ୍ଦେହ କରୁଛି । ହାତୀ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ଆଶିକା ଅଞ୍ଚଳର ଲାଉଗଡ଼ ଗାଁ ଧାନବିଲରୁ ଏକ ତିନିମାସର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି । କାଦୁଅରେ ଫଶି ହାତୀଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ସେହିପରି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର କତଲା ଗ୍ରାମରେ ମଧ୍ୟ ଏକ ଦନ୍ତାହାତୀର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ଘଟିଥିବା ଆମ ଢ଼େଙ୍କାନାଳ ପ୍ରତିନିଧି ସୂଚନା ଦେଇଛନ୍ତି ।