ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

0 1,381

ନୂଆଦିଲ୍ଲୀ.-ଇଣ୍ଡୋନେସିଆର ଜାକର୍ତ୍ତା-ପାଲେମବଙ୍ଗଠାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ପୁରୁଷ ଟ୍ରିପଲ ଜମ୍ପରେ ସ୍ଵର୍ଣ୍ଣ ପଦକ ବିଜେତା ଅର୍ପିନ୍ଦର ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

“ପ୍ରତିଭାସମ୍ପନ୍ନ ଏବଂ କଠିନ ପରିଶ୍ରମୀ ଅର୍ପିନ୍ଦର ସିଂ ପୁରୁଷ ଟ୍ରିପଲ ଜମ୍ପ ବର୍ଗରେ ସ୍ଵର୍ଣ୍ଣ ପଦକ ଜିଣିଛନ୍ତି । ତାଙ୍କ କୃତିତ୍ଵ ଓ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ଆନନ୍ଦିତ କରିଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Leave A Reply