ଓଡ଼ିଶା ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ ଏସ.ମୂରଲୀଧର ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ପରିଦର୍ଶନ କରିଛନ୍ତି

0 90

ଓଡ଼ିଶା ହାଇକୋର୍ଟର ମୂଖ୍ୟ ବିଚାରପତି ଡଃ ଏସ.ମୂରଲୀଧର ମାଲକାନଗିରି ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ପରିଦର୍ଶନ କରିଛନ୍ତି । କୋର୍ଟ ପରିଦର୍ଶନ ପରେ ସେ ମାଲକାନଗିରି ଜିଲ୍ଲାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ଜିଲ୍ଲା ବାର ଆସୋସିଏସନର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି ନ୍ୟାୟପାଳିକାର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବା ସହ ନୂତନ ଜ୍ଞାନ କୌଶଳ ବ୍ୟବହାର କରିବା ଆବଶ୍ୟକ ରହିଛି ।

ଏହି ଅବସରରେ ସେ ଯୁବ ଆଇନଜୀବୀମାନଙ୍କ ତାଲିମ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଜଷ୍ଟିସ୍‍ ମୁରଲୀଧର ଆଇନଜୀବୀମାନଙ୍କ ପାଇଁ ଇ-ଫାଇଲିଙ୍ଗ ତାଲିମ କାର୍ଯ୍ୟକ୍ରମ, ଭର୍ଚୁଆଲ କୋର୍ଟ ରୂମ, ଭନରେବଲ ଡିପୋଜିସନ ସେଣ୍ଟରକୁ ଉଦଘାଟନ କରିଛନ୍ତି ।

Leave A Reply