ଜେଲ୍ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ !
ଜୟପୁର . – ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ (ଦୁର୍ନିତୀ ନିବାରଣ ) ଅଧିକାରୀଙ୍କ ହାତରେ ଧରା ପଡିଥିବା ତିନି ଜଣ ପୁଲିସ ବାବୁ ଜେଲ୍ ଯାଇଛନ୍ତି । ଏହା ପୁଣି ଖାକି ରେ ଏକ ଦାଗ । ଜଣେ ନୁହେଁ ଗୋଟିଏ ଥାନାର ତିନି ତିନି ଜଣ ଅଧିକାରୀ ଲାଞ୍ଚ ନେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଇନର ସହାୟତା ପାଇଁ ଥିବା ଏହି ଅଧିକାରୀମାନେ କିପରି ବେଆଇନ କାର୍ଯ୍ୟକରୁଥିଲେ ତାହାର ପର୍ଦ୍ଦାଫାଶ ହୋଇଛି । ଏହି ତିନି ଅଧିକାରୀ ହେଲେ ମାଲକାନଗିରି ଥାନା ଅଧିକାରୀ ରଂଜନ ସାହୁ, ଏସଆଇ ମାନସ ରଂଜନ ସ୍ବାଇଁ ଓ କୁନାଲ କୁମାର । କଟକ ଭିଜିଲାନ୍ସ କେଶ୍ ନଂ ୯/୧୯ରେ ମାମଲା ରୁଜୁ କରାଯାଇଛି ।
ଏକ ଘରୋଇ ମହାବିଦ୍ୟାଳୟ ମିଛି ସାର୍ଟିଫିକେଟ ଦେଉଛି ଅଭିଯୋଗରେ ମାଲକାନଗିରି ପୁଲିସ ଏକ ମାମଲା ରୁଜୁ କରିଥିଲା । ସେହି ମାମଲାର କେଶ୍ ଡାଏରୀ ଦେବା ପାଇଁ ଏହି ଅଧିକାରୀମାନେ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ମହାବିଦ୍ୟାଳୟର ନିର୍ଦେଶରୃ କଟକ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲା । ସେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅତିରିକ୍ତ ଏସ୍ପି ପିକେ ପଟେଲ୍ଙ୍କ ନେତୃତ୍ୱରେ କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍ ଚଢଉ କରି ଏମାନଙ୍କୁ ଗିରଫ କରିଥିଲା । ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏମାନେ ଲାଞ୍ଚ ଘଟଣାରେ ଗିରଫ ହେବାପରେ ପୁଲିସ ଡିଜି ମାଲକାନଗିରି ଥାନା ଅଧିକାରୀ ରଞ୍ଜନ ସାହୁଙ୍କୁ ନିଲମ୍ବନ କରିଛନ୍ତି ।
ମାନସଙ୍କ ଘର ଜଗତସିଂପୁର ରାହାମା ଓ ରଞ୍ଜନଙ୍କ ଘର ଯାଜପୁର ବୋଲି ସୂଚନା ମିଳିଛି ।