ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି

0 97

ଖୁବ୍‍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭା ଟିଭି


ସଂସଦ ଢାଞ୍ଚାରେ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ୍‍ ନିର୍ମାଣ କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ସେ କହିଛନ୍ତି, ଗତ ଶନିବାର ବିଜୁ ପଟ୍ଟନାୟକଙ୍କର ଜୟନ୍ତୀରେ ବିଧାନସଭା ସମାଚାର ନାଁରେ ଏକ ୟୁଟ୍ୟୁବ୍‍ ଚ୍ୟାନେଲ୍‍ ଆରମ୍ଭ ହୋଇଛି । ବିଧାନସଭା ପରିସରରେଷ୍ଟୁଡିଓ ତିଆରି ଚାଲିଛି । ଏବେ କେବଳ ୟୁଟ୍ୟୁବ୍‍ରେ ବିଧାନସଭା ସମ୍ପର୍କୀତ ଖବର ପ୍ରସାରଣ କରାଯିବ ।

ପରେ ଏହାକୁ ଏକ ସାଟେଲାଇଟ୍‍ ଚ୍ୟାନେଲ୍‍ କରାଯିବାର ଯୋଜନା ରହିଛି । ଏ ନେଇ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ବିଧାନସଭା ପତ୍ରିକା ନାଁରେ ଏକ ପତ୍ରିକା ପ୍ରକାଶ କରାଯିବ । ରାଜ୍ୟ ସରକାରଙ୍କ ଯୋଜନା ଓ ବିଧାନସଭା ସମ୍ପର୍କୀତ ଖବର ଏଥିରେ ପ୍ରକାଶ କରାଯିବ ।


ସୂଚନା ଯୋଗ୍ୟ ଯେ ଚଳିତ ମାର୍ଚ୍ଚ ମାସ ୩୧ ତାରିଖ ପୂର୍ବରୁ ବିଧାନସଭାର ଅଧିବେଶନ ଡକାଯିବ । ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଅଧିବେଶନର ତାରିଖ ସମ୍ପର୍କରେ ସୂଚନା ଦିଆଯିବ ବୋଲି ବାଚସ୍ପତି କହିଛନ୍ତି ।

Leave A Reply