ବେଙ୍ଗାଲୁର – ଏବେ ଲକ୍ଡାଉନ୍ ସମୟରେ ଅନେକ ମିଛ କଥା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଅନେକ ଲୋକ ଗୁଜବ କରିବା ପାଇଁ ପଛଉ ନାହାନ୍ତି । ଲକ୍ଡାଉନ୍ ସମୟରୁ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଏହାକୁ କଡାକଡି ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅପିଲ୍ କରିଛନ୍ତି । ସୋସିଆଲ୍ ମଡିଆରେ ଏକ ମିଛ କଥା ବେଶ୍ ଭାଇରାଲ୍ ହେଉଛି । ଏହି ଭାଇରାଲ୍ ଖବରରେ ମୋଦୀ ପ୍ରତ୍ୟେକ ଭାରତୀଙ୍କୁ ଲକ୍ଡାଉନ୍ ସମୟରେ ୧୫୦୦ ଟଙ୍କା ଦେଉଥିବା ଉଲ୍ଲେଖ ରହିଛି ।
ଏଥିରେ pm15000rs blogspot.com ନାମକ ଓ୍ୱେବସାଇଟ୍ ନାଁ ଦିଆଯାଇ ଏହାକୁ ଆକ୍ଟିଭ କରାଯାଇଛି । ଏଥିରେ ଲକ୍ଷାଧିକଲୋକ ଲାଭ ପାଇଥିବା କଥା ଉଲ୍ଲେଖ ରହିଛି ଯାହା ସମ୍ପୂର୍ଣ୍ଣ ମିଛ ।
ଏହି ଭାଇରାଲ୍ ମେସେଜ୍ ସମ୍ପୂର୍ଣ୍ଣ ମିଛି । ବିଭିନ୍ନ ସୋସିଆଲ୍ ମିଡିଆରେ ମେସେଜ୍ ଓ ପୋଷ୍ଟ ଦ୍ୱାରା ଏହାକୁ ଭାଇରାଲ୍ କରାଯାଉଛି । ଏପରି କୌଣସି ଘୋଷଣା ସରକାରଙ୍କ ଦ୍ୱାରା କରାଯାଇ ନାହିଁ । ଏହି ଲିଙ୍କ ବି ସନ୍ଦିଗ୍ଧ ଲିଙ୍କ୍ । ଏହା କୌଣସି ଠକାମୀ ପାଇଁ ଏପରି ମିଛ ଓ୍ୱେବାସାଇଟ୍ କରାଯାଇଥାଇପାରେ ବୋଲି ଅନୁମାନ କରାଯାଉଛି ।